ହାଇକୋର୍ଟର ବିଚାରପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ସାବିତ୍ରୀ ରଥ

Spread the love

କଟକ ୧୧/୦୬ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସାବିତ୍ରୀ ରଥ ଆଜି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ ପାଠ କରାଇଥିଲେ।

ଏହା ସହ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିଛି।

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରି‌ବେ। ଅମୀୟ କୁମାରୀ ପାଢ଼ି ଓ ସଞ୍ଜୁ ପଣ୍ଡାଙ୍କ ପରେ ସାବିତ୍ରୀ ହେଉଛନ୍ତି ୩ୟ ମହିଳା ଯେକି ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

ସାବିତ୍ରୀ ରଥ ରେଭେନ୍ସା କଲେଜରୁ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲ୍‌ଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୨ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

ସେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ।

Related Posts

About The Author

Add Comment