ହାଇକୋର୍ଟର ଗୁରତ୍ୱପୂର୍ଣ୍ଣ ରାୟ: ଜମା ଟଙ୍କା ଫେରିପାଇବେ ଜମାକାରୀ

Spread the love

ବାରିପଦା, ୨୬/୦୬ (ସନ୍ଧାନ ନିଉଜ) ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଲାଇସେନ ବାତିଲ କରାଯାଇାଥିବା ବାରିପଦା ଅର୍ବାନ କର୍ପୋରେଟ ବ୍ୟାଙ୍କ ର ୭୨୦୦୦ ଜମାକାରୀ କୋଭିଡ-୧୯ ର ସଙ୍କଟ ଜନ ସ୍ଥିତିରେ ସେମାନଙ୍କର ଜମା ଅର୍ଥ ଫେରସ୍ତ କରିବା ପାଇଁ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରମଧ ପଟ୍ଟନାୟକ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ନିର୍ଦ୍ଧେଶ ଦେଇଛନ୍ତି । ଏହି ଅର୍ବାନ କର୍ପୋରେଟ ବ୍ୟାଙ୍କ ଦ୍ୱାୟିଦ୍ୱରେ ଥିବା ବାରିପଦାର ଅତିରିକ୍ତ ଜିଲ୍ଲାପାଳ  ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଅଛନ୍ତି । ବାରିପଦା ଅର୍ବାନ କର୍ପୋରେଟ ବ୍ୟାଙ୍କର ତୃଟିପୂର୍ଣ୍ଣ ପରିଚାଳନା ପାଇଁ ଏହାର ଲାଇସେନକୁ ରିଜର୍ଭ ବ୍ୟାଙ୍କ ୨୦୧୪ ମସିହାରେ ବାତିଲ କରିଦେଇଥିଲା । ଏହାକୁ ଚ୍ୟାଲେଜ୍ କରି ହାଇକୋର୍ଟ ଅର୍ବାନ କର୍ପୋରେଟ ବ୍ୟାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ମାନ୍ୟବର ହାଇକୋର୍ଟ ବ୍ୟାଙ୍କ ଲିକ୍ୟୁଡେସନ ପ୍ରକ୍ରିୟା ଉପରେ ରହିତା ଦେଶ ଜାରି କରିଥିଲା ମଧ୍ୟ କାହାର ଜମା ରାଶି ଗ୍ରହଣ କରିବାକୁ ବ୍ୟାଙ୍କକୁ ଆଦେଶ କରିଥିଲେ । ମାମଲା ର ଶୁଣାଣି ମଧ୍ୟରେ ବ୍ୟାଙ୍କର ଆଥିକ ସ୍ଥିତିରେ ଉନ୍ନତି ଆସିଥିଲା । ଅପର ପକ୍ଷରେ ବ୍ୟାଙ୍କର ପୂନର ଉଦ୍ଧାର ପାଇଁ ରାଜ୍ୟସରକାର ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏ ସଂପର୍କରେ ମାନ୍ୟବର ହାଇକୋର୍ଟକୁ ଅବଗତ କରାଯାଇଥିଲା । କିନ୍ତୁ ରିଜର୍ଭ ବ୍ୟାଙ୍କର କଟକଣା ପାଇଁ ୭୨୦୦୦ ଜମାକାରୀ ସେମାନଙ୍କର ଅର୍ଥ ଉଠାଇ ପାରିନଥିଲେ । ଏ ସଂକ୍ରାନ୍ତରେ ଆଜି ହାଇକୋର୍ଟ ମାମଲା ଶୁଣାଣୀ କରି ଉପରୋକ୍ତ ନିର୍ଦ୍ଧେଶ ଦେଇଛନ୍ତି । ଏହି ମାମଲାରେ ରାଜ୍ୟ ସମବାୟ ବିଭାଗ , ବାରିପଦା ଉପନିବନଦ୍ଧକ ସମବାୟକ ସମିତି , ରିଜର୍ଭ ବ୍ୟାଙ୍କ ,ଆପିଲିଏଟ୍ ଅର୍ଥରିଟ ଫାଇ୍‌ନାସ୍ ଡିପାଟ୍‌ମେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଶୁଣାଣି ବେଳେ ସମସ୍ତ ପକ୍ଷର ଓକିଲ ଓ ଜିଲ୍ଲାର ୪ଟି ସବ୍‌ଡିଭିଜନ ର ଜମାକାରୀ ସଘଂର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନିିଜୀବି ରମାକାନ୍ତ ମହାନ୍ତି ,ଓ ଉଷା ରାଣୀ ବସ୍ତିଆ ଓ ସରକାରୀ ତରଫରୁ ଏ.ଜି.ଏ ବିଭୂପ୍ରସାଦ ତ୍ରୀପାଠୀ ମାମଲାକୁ ପରିଚାନା କରିଥିଲେ ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment