ଭୁବନେଶ୍ୱର, ୧୬/୦୮/୨୦୨୦ (ସନ୍ଧାନ ନିଉଜ) ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ଼ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ ୨୦୧୬, ସେପ୍ଟେମ୍ବର ୨୧ରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲା । ଏମସିଆଇ ବିଜ୍ଞପ୍ତିକୁ ଆଧାର କରି ଏଭଳି ନିୟମ କାର୍ଯ୍ୟକାରୀ ପାଇଁ ମହାରାଷ୍ଟ ଓ ଝାଡ଼ଖଣ୍ଡ ରାଜ୍ୟ ମଧ୍ୟ ସ୍ବତନ୍ତ୍ର ସର୍କଲାର ଜାରି କରିଛନ୍ତି । ତେଣୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଏହି ପସଂଗରେ ଅନୁଧ୍ୟାନ କରିବା ସହିତ ଏମସିଆଇ ଓ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ଡାକ୍ତରଙ୍କ ଅତ୍ସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଜଣେ ମାରାତ୍ମକ ପରିଣତି ଭୋଗ କରିବାର ଆଶଙ୍କା ରହିଥିବା ପ୍ରସଂଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ରଖିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ, ଡାକ୍ତରଙ୍କ ପ୍ରେସକ୍ରିପସନ୍, ଓପିଡି ସୁପ, ପୋଷ୍ଟମର୍ଟମ୍ ରିପୋର୍ଟ, ଇଞ୍ଜୁରି ରିପୋର୍ଟ ଇତ୍ୟାଦିର ଲେଖା ସ୍ପଷ୍ଟ ହେବା ସହିତ ବୋଧଗମ୍ୟ ହେବା ଆବଶ୍ୟକ ଗୋଟିଏ ମେଡିକାଲ । ରିପୋର୍ଟରେ କୌଣସି ଦୃନ୍ଦ୍ର ବା ତାହାର ଅର୍ଥ ଖୋଜିବା ଭଳି ସ୍ଥିତି ରହିବା ଅନୁଚିତ । ଡାକ୍ତରୀ ପେସା ପାଇଁ ଯଥେଷ୍ଟ ସମ୍ମାନ ରହିଛି ଓ କୋଭିଡ-୧୯ ସ୍ଥିତିରେ ଡାକ୍ତରଙ୍କ ସେବା ଓ କାର୍ଯ୍ୟ ପ୍ରଶଂସନୀୟ ଡାକ୍ତରଙ୍କ ତ୍ୟାଗ ଓ ମେଡିକାଲ । ପେସାକୁ ସାରାଦେଶ ପ୍ରଣାମ କରୁଛି କିନ୍ତୁ ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଚିକିତ୍ସାରେ ବିଳମ୍ବ ହୋଇ ପାରେ। । ଅଯଥା ଟେଷ୍ଟ ପାଇଁ ପରିସ୍ଥିତି ସୃଷ୍ଟି ହୋଇପାରେ ଏହାରି ମାରାତ୍ମକ ପରିଣତି ହୁଏତ କାହାକୁ ଭୋଗ କରିବାକୁ । ପଡିପାରେ ଅନେକ ସମୟରେ ପ୍ରେସକ୍ରିପସନରେ ଲେଖା ଯାଇଥିବା କଥାର ଅର୍ଥ ବୁଝିବାରେ ଫାର୍ମାସିଷ୍ଟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ଏନଡିପିଏସ୍ ଆଇନ ବଳରେ ଗିରଫ ହୋଇ ଜେଲରେ ଥିବା ବିଷ୍ଠା ପଡ଼ ମଣ୍ଡଳ ନାମକ ବ୍ୟକ୍ତି ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କିତ । ସବିଶେଷ ମେଡିକାଲ ଡକୁମେଣ୍ଟ ହାଇକୋର୍ଟରେ ଦାଖଲ କରାଯାଇଥିବାଳେ ଏଥିରେ ଥିବା ଡାକ୍ତରଙ୍କ ପ୍ରେସକ୍ରିପସନର ଲେଖା ଅସ୍ପଷ୍ଟ ଥିଲା କୋର୍ଟଙ୍କ ପକ୍ଷେ ଏହି ଲେଖାରୁ କିଛି ବୁଝିବା ଏକ ପ୍ରକାର ଅସମ୍ଭବ ଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଶ୍ରୀ ମଣ୍ଡଳଙ୍କୁ ଜାମିନ ଦେବା ସହିତ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଲେଖା ସଂପର୍କରେ ଉପରୋକ୍ତ ପରାମର୍ଶ ଦେଇଛନ୍ତି।
![](https://sandhannews.com/wp-content/uploads/2020/08/subrat-dhal-nnb-1-300x200.jpg)
ADVT