ହସ୍ପିଟାଲ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Spread the love

ବାରିପଦା, 5/11 (ସନ୍ଧାନ ନ୍ୟୁଜ୍);- ବାରିପଦା ପିଆର୍ ଏମ୍ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା ପରେ ବଢ଼ିଛି ହସ୍‌ପିଟାଲର ସୁରକ୍ଷା ବନ୍ଦୋବସ୍ତା ଏଥିସହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାରଙ୍କୁ ଚିଠି ପରେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି। ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା ପରେ ହସ୍‌ପିଟାଲ ଫାଣ୍ଡିରେ ଥିବା ଏଆଇ ବଦ୍ରିକାନାଥ ବେହେରାଙ୍କୁ ବାରିପଦା ଟାଉନ୍ ଥାନା ଏବଂ ଏବଂ ଏଏସ୍‌ଆଇ ସରୋଜ କୁମାର ମିଶ୍ରଙ୍କୁ କୁଳିଅଣା ଥାନାକୁ ବଦଳି କରାଯାଇଛି। ଏହି ଦୁଇ ଅଧିକାରୀଙ୍କ ସ୍ଥାନରେ ବଡ଼ସାହି ଥାନାରୁ ଏଆଇ ଅଶୋକ ବାରିକ ଏବଂ ଏଏସ୍‌ଆଇ ଡିକେ ସେନାପତିଙ୍କୁ ଫାଣ୍ଡିରେ ନୂତନ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ବାରିପଦା ଟାଉନ ଥାନାରେ ଥିବା ଏଆଇ ଆଇ ଓରାମଙ୍କୁ ବଡ଼ସାହି ଥାନାକୁ ବଦଳି କରାଯାଇଛି । ସେହିପରି ଅତିରିକ୍ତ ଦୁଇ ଜଣ କଷ୍ଟେବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ହସ୍‌ପିଟାଲରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫାଣ୍ଡିରେ ୨୪ ଘଣ୍ଟିଆ ଗୋଟିଏ ସେକ୍ସନ ଫୋର୍ସ ରହିବା ବ୍ୟବସ୍ଥା କରାଯାଇଛି। ଏହି ଘଟଣାରେ ୩ ମହିଳାଙ୍କ ସମେତ ଜଣେ କଂଗ୍ରେସ କର୍ମୀଙ୍କୁ ମିଶାଇ ୪ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟସ୍ତରରେ ମଧ୍ୟ ବରିଷ୍ଠ ଚିକିତ୍ସକଙ୍କ ଏକ ଟିମ୍ ଡିଜିପିଙ୍କୁ ଭେଟି ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଦାବି ହୋଇଛି ।

Related Posts

About The Author

Add Comment