ହରିପୁର ଗ୍ରାମର ଛଇ ଛନ୍ଦିଆଣୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୫/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଗୋଳକୁଣ୍ଡ ପଂଚାୟତର ହରିପୁର ଗ୍ରାମର ଛଇଛନ୍ଦିଆଣୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ କରାଯାଇଥିଲା । ହରିପୁର ଗ୍ରାମର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ବରୀ ନର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କ ବିଧାୟୀକା ପାଣ୍ଠିରୁ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଙ୍କ ମନ୍ଦିର ଯଜ୍ଞ ମଣ୍ଡପ ତିଆରି କରାଯାଇ ମାଙ୍କ ଯଜ୍ଞ ୪ଦିନ ଧରି ଯଜ୍ଞ କାର୍ଯ୍ୟ ପଣ୍ଡିତ ରମେଶ ଚନ୍ଦ୍ର ପତି, ମନୋଜ ପତି, ଦେବେନ୍ଦ୍ର ପାଢ଼ୀ ପଣ୍ଡିତ ମାନଙ୍କୁ ନେଇ ସୂର୍ଯ୍ୟପୂଜା, ଗୋପୂଜା କରାଯାଇ ଯଜ୍ଞ କୁଣ୍ଡରେ ଅଗ୍ନିସ୍ଥାପନ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞକାର୍ଯ୍ୟ କରାଯାଇଥିଲା । ଉଦ୍‌ଯାପନି ଦିବସ ଅବସରରେ ବରୀ ବିଧାୟୀକା ସୁନନ୍ଦା ଦାସ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ବରୀ ବ୍ଲକ ସଭାପତି କେଦାରନାଥ ସାମଲ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ମାଙ୍କୁ ଦାନ କରିଥିବା ଭୂମି ଦାତା ମାନଙ୍କୁ ବରୀ ବିଧାୟୀକା ସୁନ୍ଦା ଦାସ ଅତିଥି ଭାବେ ଯୋଗଦାନ କରି ଭୂମି ଦାତା ହରିହର ସାମଲ(ହରିପୁର), ତ୍ରିଲୋଚନ ସାମଲ(ହରିପୁର), କ୍ଷେତ୍ରବାସୀ ଜେନା(ଜୟସିଂହଡ଼ା) ଙ୍କୁ ପ୍ରଶଂସା କରିବା ସହିତ ବିଧାୟୀକା ଉପଢ଼ୌକନ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ପତିଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଭୂମିଦାତାଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ସଭାପତି ବେଣୁଧର ପତି ମାଙ୍କ ସମ୍ପର୍କରେ ସୂଚନା ଦେଇଥିବା ବେଳେ, ୧୦ ମହାବିଦ୍ୟା ଦେବୀଙ୍କ ବାବଦରେ ଶ୍ରୀ ପତି କହିଲେ ବହୁ ପୁରାତନରୁ ଏଠାରେ ୧୦ଖଣ୍ଡ ପଥର କେଉଁ କଳରୁ ରହିଥିବା ବେଳେ, ଏହ ନକଟ ଗ୍ରାମ ଜୟସିଂହଡ଼ା ଏବଂ ବନ୍ଧଡିହ, ହିରିପୁର ଗ୍ରାମବାସୀ ମାନଙ୍କର ଜମି ରହିଥିବା ବେଳେ, ମାଙ୍କ ପାଖରେ କ୍ଷୀରି କରାଯାଇ ଭୋଗ କରାଯାଉଥିଲା । ଏହି ନାଳର ନାମ କୋଠନାଳୀ ବୋଲି ବହୁ ପୁରାତନ ଲୋକ କହୁଥିବା ବେଳେ, ଏହି ମାଙ୍କ ପାଖକୁ ଆସିବା ପାଇଁ ରାସ୍ତା ନଥିବାରୁ ବଦନ୍ୟ ବ୍ୟକ୍ତିମାନେ ରାସ୍ତା ପାଇଁ କିଛି କିଛି ଜମି ଦାନ କରନ୍ତେ ପକ୍କା ରାସ୍ତା ମନ୍ଦିରକୁ କରାଯିବା ଲାଗି ବରୀ ବିଧାୟୀକାଙ୍କ ପ୍ରତିନିଧି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ହରିପୁର ଗ୍ରାମ ଜୟସିଂହଡ଼ା ଗ୍ରାମବାସୀମାନଙ୍କ ସାହାଯ୍ୟ ସହଯୋଗରେ ୪ଦିନ ଧରି ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଉଦ୍‌ଯାପନି ଦିବସ ଅବସରରେ ମାଙ୍କୁ ଶୋଡ଼ଷ ଉପଚାରରେ ପୂଜା କରାଯାଇ ବିଗ୍ରହ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ ବେଣୁଧର ପତି, ନାରାୟଣ ପାତ୍ର, ମନୋରଂଜନ ସାମଲ, ବାବନ ଚନ୍ଦ୍ର ସାମଲ, କ୍ଷେତ୍ରବାସୀ ଜେନା ଏବଂ ଆବହକ ଭାବେ ଯ୍ୟୋତିରଂଜନ ପତି, ଗଗନ ବିହାରୀ ଜେନା ଯୋଗଦାନ କରିଥିଲେ ।

Related Posts

About The Author

Add Comment