ଜେନାପୁର, ୨୨/୦୩(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜେନାପୁର ଥାନା ଅନ୍ତର୍ଗତ ମାର୍ଜିତାପୁର ଗ୍ରାମପଞ୍ଚାୟତ ନଟିଲୋ ଗ୍ରାମରେ ଶୁକ୍ରବାର ରାତ୍ରରେ ଅଷ୍ଟ ପହରି ହରି ନାମ ଯଜ୍ଞ ଚାଲୁରହିଥିଲା ।ଉଚ୍ଚ ଶବ୍ଦରେ ମାଇକି ବାଜୁଥିବା ବେଳେ ଜେନାପୁର ପୁଲିସ ପେଟ୍ରୋଲିଂ ଗାଡ଼ି ସେଠାରେ ପହଁଚି ଯାଇଥିଲା । ପୁଲିସ ସୂଚନାଯୋଗ୍ୟ କରୋନା ପାଇଁ ରାଜ୍ୟର ବିଭିନ୍ନ ପ୍ରକାର କଟକଣା ଜାରି ରହିଥିବା ବେଳେ ସେଠାରେ ଉଚ୍ଚ ଶବ୍ଦରେ ମାଇକି ବାଜୁଥିବାରୁ ୪ ଜଣଙ୍କୁ ପୁଲିସ ଗିରଫ କରିଛି ସେମାନେ ହେଲେ ବୋଧିରାମ ପ୍ରଧାନ ,ଜଗନ୍ନାଥଙ୍କ ବିଶ୍ଵାଳ, ଶଙ୍କର୍ଷଣ ରଣା, ଓ ବୃନ୍ଦାବନ ସେନାପତିଙ୍କୁ ଉଠାଇ ନେଇ ଗିରଫ କରିବା ସହ ସେଠାରେ ବ୍ୟବହୃତ ମାଇକି ସେଟକୁ ଜବଦ କରିଥିଲା ।ଅଭିଯୁକ୍ତ ୪ ଜଣଙ୍କ ନାମରେ ପୁଲିସ ୬୬/୨୦ ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲା ।
ହରିନାମ ଭଜୁଥିବା ବେଳେ ଅଷ୍ଟପହରି କୁଞ୍ଜରୁ ଚାରି ଜଣଙ୍କୁ ଉଠାଇନେଲା ପୋଲିସି
|
March 22, 2020 |



