ଯାଜପୁର/୧୬/୦୩/ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତର ସରିଫାବାଦ ଗ୍ରାମରେ ଅଭାବନୀୟ କାଣ୍ଡ। ଗତ ୧୩ ତାରିଖ ରାତିରେ ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ଦଳେଇ ଓରଫ୍ ଟୁଟୁଆ ନାମରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଯୁବକଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ସେ ମହେଶ୍ବର ଦଳେଇଙ୍କ ପୁଅ ବୋଲି ଜଣାଯାଇଛି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ମେଡିକାଲରୁ ଫେରିଲା ପରେ ଘରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ କୁଆଖିଆ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।
ହରିନାମ ଅଷ୍ଟପହରୀକୁ ନେଇ ଗଣ୍ଡଗୋଳ ଜଣଙ୍କର ମୃତ୍ୟୁ,
|
March 16, 2021 |


