ହରିଦାସପୁର ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀଙ୍କ ପରଲୋକ

Spread the love

ଯାଜପୁର/ଧର୍ମଶାଳା, ୧୨/୧୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର କଂଚିଆ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ କଳ୍ପଲତା ନାୟକଙ୍କର ୫୩ ବର୍ଷ ବୟସରେ ପରଲୋକ ଘଟିଛି । ସେ ୨୮ବର୍ଷ ଧରି ହରିଦାସପୁର କଂଚିଆ ଉଚ୍ଚବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିଲେ । ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ପରେବାର ଲୋକେ ତାଙ୍କୁ ମେିଡିକାଲରେ ଭତ୍ତି କରିଥିଲେ । ଗତକାଲି ସୋମବାର ସକାଳ ସମୟରେ ତାଙ୍କର ବିୟୋଗ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ହରିଦାସପୁର ଅଂଚଳ ସାମତ ଧର୍ମଶାଳା ଏବଂ ତାଙ୍କ ଶାଶୁଘର ବହୁଗ୍ରାମ ସାଲେପୁର ଅଂଚଳରେ ଶୋକପ୍ରକାଶ ପାଇଥିଲା ।


ଖବର ପାଇଁ ହରିଦାସପୁର ପ୍ରଧାନ ଶିକ୍ଷୟତ୍ରୀ ଅନୀତା ତ୍ରୀପାଠୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆନୁରାଧା ସାମନ୍ତରାୟ, ଘନଶ୍ୟାମ ସ୍ୱାଇଁ, ଅର୍ଣ୍ଣପୁର୍ଣ୍ଣା ସମାଲ, ବିଜୟଲକ୍ଷ୍ମି ଦାସ, ମାନସୀ ତ୍ରୀପାଠୀ ମଞ୍ଜୁଲତା ସାହୁ, ନମିତା ପାଲ, ଲକ୍ଷ୍ମୀଧର ସାହୁ, ଅଧିର ଭଦ୍ର, ନରେନ୍ଦ୍ର ମଲିକ, କଳ୍ପନା ଘୋଷ ପୁରାତନ ଛାତ୍ରଛାତ୍ରୀ ମାନସ କୁମାର ରାଉତ, ଦିବ୍ୟ ରଞ୍ଜନ ଭଦ୍ର , ସନ୍ତୋଷେ କୁମାର ରାଉତ, ପ୍ରକାଶ କୁମାର ରାଉତ, ବେବେନିା ଦାସ, ରୋଜାଲିନ ସାମଲ, ସମେତ ବହୁ ଛାତ୍ରଛାତ୍ରୀ ବିଶିଷ୍ଠ ଲୋକ ଶୋକବ୍ୟକ୍ତ କରିଥିଲେ । ହରିଦାସପୁର ବିଦ୍ୟାଳୟରେ ଏକ ୨ମିନିଟ୍ ଶୋକବ୍ୟକ୍ତ କରାଯାଇ ବିଦ୍ୟାୟକ ଛୁଟି କରାଯାଇଥିଲା । ପୁରୀସ୍ୱର୍ଗଦ୍ୱାରା ସ୍ୱାମୀ ସୁଶାନ୍ତ କୁମାର ମହାନ୍ତି ଏବଂ ଆତ୍ମୀୟସୃଜନଙ୍କ ଉପସ୍ଥିତିରେ ତାଙ୍କର ଶେଷ କର୍ମ ସମ୍ପନ୍ନ କରାଯାଇଥଲ । ଏକାମାତ୍ର ପୁତ୍ର ସମ୍ବିତି ମହାନ୍ତି ମୁଖାଗ୍ନି ଦେଇଥିଲେ ।

Report Manas Rout

Related Posts

About The Author

Add Comment