ହରିଦାସପୁର ପିଇଓ ମୃତ୍ୟୁ ଘଟଣା, ସରପଂଚଙ୍କ ସ୍ୱାମୀ ଗିରଫ, ଅନେକ ବଡ ମୁଣ୍ଡ ପଶିବା ଆଶଙ୍କା

Spread the love

ଭୁବନେଶ୍ୱର, ୧୯/୧୦ (ସନ୍ଧାନ ନିୟୁଜ) ଆଜି ଯାଜପୁର ଏସପି ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟ ମୟ ମୃତୁ୍ୟକୁ ନେଇ ରାଜ୍ୟରେ ଚର୍ଚ୍ଚା ହେବା ପରେ ବଡ ବଡ ମୁଣ୍ଡଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି କଂଗ୍ରେସ, ପରିବାର, ବ୍ଲକ କର୍ମଚାରୀ ସଂଘ ଦାବି କରିବା ପରେ ଆଜି ହରିଦାସପୁର ସଂପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ଜଣାଯାଇଛି । ଅନ୍ୟପଟରେ ଏହି ଘଟଣାରେ ରାମୋକ କାରଖାନାର ମ୍ୟାନେଜର ଏବଂ ଧର୍ମଶାଳା ବ୍ଲକର ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ଆଜି ଚର୍ଚ୍ଚା ହୋଇଛି । ତେବେ ଅନ୍ୟ ଆସାମୀ ମାନଙ୍କୁ ଖୁବୁ ଶ୍ରୀଘ ଗିରଫ କରାଯିବ ପୋଲି ପୋଲିସ ସୂଚନା ଦେଇଛି ।ଅନ୍ୟପଟରେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଯାଜପୁର ଏସପି ଚରଣ ସିଂହ ମିନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ରୁପେଶ ଏବଂ ସ୍ମିତାରାଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ସ୍ମିତାରାଣୀ ତାଙ୍କ ପାଖରେ ରହିବା ପାଇଁ ବାରମ୍ବାର କହିଆସୁଥିଲେ ଏପରକିନରହିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଉଥିଲେ । ଗତ ୧୫ତାରିଖ ଦିନ ସ୍ମିତାରାଣୀ ଭତ୍ତା ବାଂଟିବା ପରେ ସରପଂଚଙ୍କ ଗେଷ୍ଟ ହାଉସରେ ଖାଇବା ସମୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏଥିରେ ରାଗି ରୁପେଶ ତାଙ୍କୁ ଧକ୍କା ମାରିଥିଲେ । ପରେ ଉପର ମହଲାରେ ସ୍ମିତାରାଣୀ ଓଡଣୀ ଦେଇ ଆତ୍ମହତ୍ୟା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖଥିବା ଏସପି ଶ୍ରୀ ମିନା ପ୍ରକାଶ କରିଛନ୍ତି । ତେବେ ଏହାକୁ ବିଜେପି ଏବଂ କଂଗ୍ରେସ ଏବଂ ଅନ୍ୟନ ଦଳ ଗୁଡିକ କିପରି ଦେଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

https://www.youtube.com/watch?v=rY18kX3VAw8

ଅଧିକ ଖବର ପାଇ ଆମ ସହିତ ଯୋଡି ହୁଅନ୍ତ । ଏବଂ ସନ୍ଦାନ ନିୟୁଜ ୱବେ ସାଇଟ ଭିଜିଟ୍ କରନ୍ତୁ ।

Related Posts

About The Author

Add Comment