ହରିଦାସପୁର ପଂଚାୟତର ଗ୍ରାମ ସେବିକା ମୃତୁ୍ୟ ଘଟଣା: ରାଜରାସ୍ତାକୁ ଆସିଲା କଂଗ୍ରେସ ତୁରନ୍ତ ସିବିଆଇ ତଦନ୍ତ ଦାବି କଲେ

Spread the love

ଯାଜପୁର, ୧୮/୧୦(ସନ୍ଧାନ ନିୟୁଜ/ସୁରେଶ ବିଶ୍ୱାଳ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗ୍ରାମ ସେବିକା (ଭିଏଲଡବ୍ଲୁ) ସ୍ମିତା ରାଣୀ ବିଶ୍ୱାଳଙ୍କ ରହସ୍ୟା ମୟ ମୃତୁ୍ୟରେ ବହୁ ବଡ ବଡ ମୁଣ୍ଡ, ରାମକୋର ମ୍ୟାନେଜର, ଏବଂ ବରିଷ୍ଠ ଅଧିକାରୀ ପଂଚାୟତ ସମିତିସଭ୍ୟା ଏବଂ ଥାନୁଆନ ସମିତିସଭ୍ୟଙ୍କ ନାମ ଚର୍ଚ୍ଚା ହେବା ପରେ କଂଗ୍ରେସ ଭୂବନେଶ୍ୱରରେ ସାମ୍ବାଦିକ ସମ୍ମଳନୀରେ ଏହାର ତୁରନ୍ତ ସବିଆଇ ତଦନ୍ତ ଦାବି କରିଛି । ନେଚେତ ଜାତୀୟ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ ପକ୍ଷରୁ ଏକ ୧୧ଜଣିଆ କମିଟି ଆଜି ଧର୍ମଶାଳା ଗ୍ରସ୍ତ କରି ତୁରନ୍ତ ଏହା ଫଛରେ କଂଗ୍ରେସ ପକ୍ଷରୁ ବଟକୃଷ୍ଣ ତ୍ରୀପାଠୀ, ମହମ୍ମଦ ମୋକିମ, ସ୍ମୃତିରେଖା ପହି, ମହିର ଖୁଂଟିଆ, କିଷାନ ପଣ୍ଡା, ପ୍ରଫୁଲ୍ଲ ରାଉତ ସମେତ ବହୁ କଂଗ୍ରେସ ନେତା ଆଜି ତାଙ୍କ ବାସଭବନ ଏବଂ ଘଟଣାର ସ୍ଥାନ ପରିଦର୍ଶନ କରି ଏହା ଏକ ସଚିନ୍ତିତ ହତ୍ୟାକାଣ୍ଡ ଏଥିରେ ଅନେକ ରହସ୍ୟ ରହିଛି । ଏହାର ସଠିକ ତଦନ୍ତ ଆବଶ୍ୟକ ବୋଲି ମତ ଦେବା ସହିତ ଧର୍ମଶାଳା ପୋଲିସ ଯାଜପୁର ଏସପି ଚରଣ ସିଂହା ମିନା ଏବଂ ରାଜ୍ୟ ପୋଲିସ ଉପରୁ କୁ ଆଙ୍ଗୁଳି ନିଦେ୍ର୍ଦଶ କରି ରାଜ୍ୟ ସରକାରଙ୍କ ଅପରାଗତା କାରଣରୁ ଆଜି ଏପରକି ଏକ ହୃଦୟବିଦାରକ ଏବଂ ସ୍ପର୍ଶକାତର ଭଳି ଘଟଣା ଘଟିଲା ବୋଲି ପ୍ରକାଶ କରିଛନ୍ତି । ସଂଧ୍ୟାରେ କଂଗ୍ରେସ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରାରେ ଧର୍ମଶାଳା ବଜାର ପରିକ୍ରମା କରାଯାଇଥିଲା ।

Related Posts

About The Author

Add Comment