ହରିଦାସପୁର ପଂଚାୟତର ଗ୍ରାମ ସେବିକା ମୃତ୍ୟୁ ଘଟଣା: ଅସୀମ ପ୍ରଶ୍ନ ପୋଲିସ ଦେବକି ଉତ୍ତର, ସରପଂଚଙ୍କ ସ୍ୱାମୀ ସମେତ ୫ ଅଟକ

Spread the love

ଯାଜପୁର/ଧର୍ମଶାଳା ୧୭/୧୦ (ସନ୍ଧାନ ନିୟୁଜ/ନାରାୟଣ ରଥ) ଗତକାଲି ଅପରାହ୍ନ ୨.୩୦ରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ସରପଂଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟ ପରିସରରେ ପଂଚାୟତର ଗ୍ରାମ ସେବିକା (ଭିଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ହେବା ପରେ ଗତକାଲି ଠାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଡେର ଚର୍ଚ୍ଚା ଚାଲିଛି । ଏପରକି ଗତକାଲି ପାଟି ଖୋଲୁନଥିବାର ସ୍ମିତାରାଣୀ ବିଶ୍ୱାଳଙ୍କ ସ୍ୱାମୀ ଆଜି ତାଙ୍କୁ ପଂଚାୟତ ସ୍ତରରେ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମରେ ମୁହଁ ଖୋଲି ନ୍ୟାୟ ପାଇଁ ଦାବି କରିବା ସହିତ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ କରାଯାଇଛି । ଏଥିସହିତ ଏକ ଦାବିପତ୍ର ଦିଆଯାଇ ଆସାମୀ ମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ପୋଲିସ ପକ୍ଷରୁ ଏସଡିପିଓ ତାଙ୍କ ବେକରେ ଦାଗ ରହିଥିବା କହିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି । ତେବେ ସାଧରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ଅସୀମ ପ୍ରଶ୍ନ ଉଠିଥିବା ବେଳେ ପୋଲିସ କଣ ଏସବୁର ଉତ୍ତର ଦେବ ବୋଲି ପ୍ରଶ୍ନ କରିଛନ୍ତି । ସ୍ମିତାରାଣୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏଥିରେ ସମ୍ପୁକ୍ତ ୫ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଅଟକ ବ୍ୟକ୍ତିମାନେ ହେଲେ ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ର, ପ୍ରଶାନ୍ତ ସାହୁ, ଗାଡି ଚାଳକ, ବିପିନ ନାୟକ, ବିକୁନା ନାୟକ, ଏବଂ ପ୍ରମୋଦ ନାୟକ ।
ପ୍ରଶ୍ନ: ଦୀର୍ଘ ଦିନ ଧରି ପାଂଚୟତର ସ୍ଥାୟୀ ଗୃହ ଥିବା ବେଳେ କଣ ପାଇଁ ସରପଂଚଙ୍କ ସ୍ୱୀମୀଙ୍କ ବ୍ୟକ୍ତିଗତ ଗୃହରେ ଅଫିସ କାର୍ଯ୍ୟ ଚାଲୁଥିଲା?
ପ୍ରଶ୍ନ: ଏକଥା ବ୍ଲକ ପ୍ରଶାସନ ଜାଣିଥିଲା ନା ନାହିଁ?
ପ୍ରଶ୍ନ: ସେଠାରେ ଅନ୍ୟ କୌଣସି ମହିଳା ନଥିବା ବେଳେ ସେ ସେଠାରେ ଏକୁଟିଆ କେମିତି ରହୁଥିଲେ?
ପ୍ରଶ୍ନ: ସେଠାରେ ସରପଂଚା ସ୍ୱୀମୀଙ୍କ ସହିତ ଅନ୍ୟମାନେ କଣ କରୁଥିଲେ ଆଉ କେତେ ଜଣ ଥିଲେ?
ପ୍ରଶ୍ନ: ଯଦି ସେଠାରେ ଆତ୍ନହତ୍ୟା କରିଥିଲେ କୌଣସି ସୂଚନା କାହାକୁ ଦିଆନଯାଇ ମେଡିକାଲକୁ କଣ ପାଇଁ ନିଆଯାଇଥିଲା ଆଉ ତାଙ୍କ ପରିବାରକୁ ବହୁ ବିଳମ୍ବରେ ସୂଚନା ଦିଆଯାଇଥିଲା ।
ପ୍ରଶ୍ନ: ସେ ପୂର୍ବରୁ ନିଜ ବାପା ସହିତ ଫୋନରେ କଥା ହୋଇଥିଲା ସେ ସମୟରେ ସେ ମଧ୍ୟ ବିଚଳିତ ନଥିବା ତାଙ୍କ ବାପା କହିଥିଲେ ।
ପ୍ରଶ୍ନ: ସ୍ମିତାରାଣୀଙ୍କ ପେସବୁକୁ ଆକାଉଂଟ ଡିଲିଟ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ତାହାର ତଦନ୍ତ କରାଯିବାକି?
ପ୍ରଶ୍ନ: କୌଣସି ହତ୍ୟାକାଣ୍ଡ ସମୟରେ ତୁରନ୍ତ ବ୍ୟକ୍ତିଙ୍କ ହେପାଜତକୁ ନେବା କଥା କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ କରାଯାଇ ନେଉଥିବା ବ୍ୟକ୍ତି ମାନଙ୍କୁ ଖୋଲା ବୁଲିବାକୁ ଚଡା ଯାଇଥିଲା କାହିଁକି?
ପ୍ରଶ୍ନ: ଏହାଦ୍ୱାରା ସେମାନେ ଖସିବା ପାଇଁ କୌଣସି ବାଟ ଏବଂ ଏହାକୁ ରଫାଦଫା କରିବା ପାଇଁ ସମୟ ପାଇଲେନାହିଁତ?
ପ୍ରଶ୍ନ: ବିଜେପିର ବହୁ ନେତା ମାନେ ମୁହଁ ଖୋଲୁନାହାନ୍ତି କଣ ପାଇଁ?
ପ୍ରଶ୍ନ: ଅନ୍ୟପଟରେ ପଂଚାୟତର ଦୁର୍ନିିତ ହୋଇଛି ତାହାକୁ ଘୋଡାଇବା ପାଇଁ ତାଙ୍କୁ ହତ୍ୟା କରାଯାଇଛିକି?
ପ୍ରଶ୍ନ: ସ୍ମିତା ତାଙ୍କର ଛୋଟ ଝିଅ ଥିବା ବେଳେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କଣ ପାଇଁ ନେଲେ?
ପଶ୍ନ: କାର୍ଯ୍ୟଳୟରେ ବହୁ ଲୋକଥିବା ବେଳେ ସେ ଆତ୍ମହତ୍ୟାର କୌଣସି ସାମାନ୍ୟ ସୁରକା ପାଇଲେନି କିପରି?
ପ୍ରଶ୍ନ: ଆତ୍ମହତ୍ୟା ପରେ ଆଖି ପଦାକୁ ଆସିବା ଏବଂ ଜିଭ ମଧ୍ୟ ପଦାକୁ ଆସିଯାଇଥାଏ ମାତ୍ର ଏଠାରେ ଏହାର ବ୍ୟତିକ୍ରମ କଣ ପାଇଁ?
ଏଭଳି ଆହୁରୀ ଅନେକ ପ୍ରଶ୍ନ ସାଧରଣ ଜନତାଙ୍କ ମନରେ ଉଠୁଥିବା ବେଳେ ଆଜି ଦିନ ତମାମ ଧର୍ମଶାଳା ଏବଂ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଏପରକି ଅନେକ ପୋଲିସ ଉପରକୁ ଆଙ୍ଗୁଳି ଦେଖାଇ ଠାଳୁଠୁଳ ନୀତି ଅବଲମ୍ବନ କରୁଥିବା ପ୍ରକାଶ କରିବା ପୋଲିସ ପକ୍ଷରୁ ଏହାର ଜବାବ ସାଧରଣରେ ପ୍ରକାଶ କରନ୍ତୁ ବୋଲି ଆଲୋଚନା ହେଉଛି । ନଚେତ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି ।

https://www.facebook.com/groups/234294957239857/

Related Posts

About The Author

Add Comment