ଯାଜପୁର/ଧର୍ମଶାଳା( ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକର ଚୋରମୁହାଁ ଗ୍ରାମର ସଦାନନ୍ଦ ବିଶ୍ୱାଳଙ୍କ ଝିଅ ସ୍ମିତାରାଣୀ ବିଶ୍ୱାଳ(୩୪) ଏହି ବ୍ଲକ ଅଧିନସ୍ଥ ହରିଦାସପୁର ଗ୍ରାମପଂଚାୟତର ଗ୍ରାମ ସେବକ ଭାବେ କାର୍ଯ୍ୟରତ ଥିଲେ । ଆଜି ଭତ୍ତ ଟଙ୍କା ବଂଟନ କରି ସୁଭ୍ରଦାପୁର ଗ୍ରାମରୁ ଫେରି ଖାଇବା ପାଇଁ ପଂଚାୟତର ସରପଂଚଙ୍କ ପ୍ରତିନିଧିଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟ ଭିତରକୁ ଯାଇ କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ । ବହୁ ସମୟ ଧରି କାବଟ ନଖୋଲିବାରୁ ସରପଂଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ଏବଂ ଉପସ୍ଥିତ ଲୋକେ କବାଟ ଭାଙ୍ଗିବାରୁ ସ୍ମିତାଙ୍କୁ ଘର ଭିତରେ ଓଡଶୀ ସାହାର୍ଯ୍ୟରେ ଝୁଲୁଥିବାର ଦେଖାଯାଇଥିଲା । ପରେ ତାଙ୍କୁ ଧର୍ମଶାଳା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ସାଧରଣରେ ଚର୍ଚ୍ଚା ହେବା ସହ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧରଣରେ ମତ ପ୍ରକାଶ ପାଇଛି । ହରିଦାସପୁର ଗ୍ରାମ ପଂଚାୟତର ସ୍ଥାୟୀ ଘର ଥିବା ବେଳେ ସରପଂଚଙ୍କ ପ୍ରତିନିଧିଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟରେ କଣ କରାଯାଉଥିଲା । ଅନ୍ୟପଟରେ ସେଠାରେ ଅନ୍ୟ କୌଣସି ମହିଳା ରହୁନଥିବା ବେଳେ ସେ ସେଠାରେ ଏକୁଟିଆ କିପରି କାର୍ଯ୍ୟ କରିବା ଏବଂ ନିଜର ଖାଇବା ପିଇବା କାର୍ଯ୍ୟ କରୁଥିଲା । ସେହିପରି ଆଜି ମୃତ୍ୟ ଗ୍ରାମ ସେବକ ପାଖାପାଖି ୨୦୦ ଲୋକଙ୍କ ଭତ୍ତା ଟଙ୍କା ବାଂଟିଥିବା ବେଳେ ସେ କିଭଳି ମାନସିକତା ଚାପରେ ରହୁଥିଲା ବୋଲି ମତ ପାଇବା ସହିତ ମେଡିକାଲରେ ସରପଂଚଙ୍କ ପ୍ରତିନିଧି ରୁପେଶ ଭଦ୍ରଙ୍କ ସହିତ ପୋଲିସ ଭିତର ପଟୁ କବାଟ ବନ୍ଦ କରି କି କାର୍ଯ୍ୟ କରୁଥିଲା । ଅନ୍ୟ ପଟରେ ସ୍ମିତାଙ୍କ ଘନିଷ୍ଠ ବନ୍ଧୁଙ୍କ ସୂଚନା ମୁତାବକ ସେ ସେଭଳି କୌଣସି ଘଟଣା ବା ଚାପରେ ଥିବା କଥା କେବେବି ପ୍ରକାଶ କରିନାହିଁ । ଆଜି ମଧ୍ୟ ମୃତ ଗ୍ରାମସେବକ ପରିବାର ଲୋକଙ୍କ ସହିତ କଥା ହୋଇ ଅପରାହ୍ନ ୪ଟା ସୁଧା ଫେରିବେ ବୋଲି ଫୋନରେ କହିଥିଲେ । ତାଙ୍କର ୭ବର୍ଷର ଝିଅ ରହିଥିବା ବେଳେ ସେ କଣ ପାଇଁ ଜୌନିକ ପ୍ରତିନିଧିଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟରେ ଆତ୍ମହତ୍ୟା କରିବେ ତାହା ସମସ୍ତଙ୍କୁ ବିସ୍ମିତ କରିଥିବା ବେଳେ ପୋଲିସ ଉପରେ ମଧ୍ୟ ସାଧରଣ ଜନତା ସନେ୍ଦହ ପ୍ରକଟ କରିଛନ୍ତି । ଧର୍ମଶାଳା ପୋଲିସ ଶବ ଜବତ କରି ବଡଚଣା ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି । ଏହା ଉପରେ ଭିଜିଲାନ୍ସ ତଦନ୍ତ କରି ଘଟଣାର ସତ୍ୟାତାକୁ ପଦାକୁ ଆଣିବାକୁ ସାଧରଣରେ ଦାବି ହୋଇଛି ।
ନାରାୟଣ ରଥ ଏବଂ ସୁରେଶ ବିଶ୍ୱାଳଙ୍କ ରିପୋଟ ସନ୍ଧାନ ନିୟୁଜ