ହତ୍ୟା ଆସାମୀକୁ ପୋଲିସ ପଳାତକ ଭାବେ ଘୋଷଣା କଲା

Spread the love

ଯାଜପୁର ସଦର, ୩୦ା୦୮: ଯାଜପୁର ଜିଲ୍ଲାରେ ଏକ ହତ୍ୟା ଘଟଣାରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଚିତ୍ରପୁର ପୋଖରୀରେ ୨୦୨୧ ଅଗଷ୍ଟ ୧୯ ତାରିଖ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ପଂଚାୟତ ସପ୍ତାଘର ପୋଖରୀ ମଧ୍ୟରେ ଏକ ମୃତ ଦେହ ଭାସୁଥିବା ଦେଖି ଯାଜପୁର ପୋଲିକୁ ଖବର ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବତନ ଥାନା ଅଧିକାରୀ ମାନସ ରଂଜନ ଚକ୍ର ଲୋକମାନଙ୍କ ସହାୟତାରେ ପୋଖରୀରୁ ମୃତ ଦେହ ଉଦ୍ଧାର କରିଥିଲେ । ଏହି ବ୍ୟକ୍ତିଙ୍କର ବୟଷ ୪୦ ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ, ମୁଣ୍ଡ ପଛ ପଟରେ ଏକ ଗଭିର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତି ଜଣକ ହେଲେ ବିଞ୍ଝାରପୁର ଅଞ୍ଚଳର କମଳା ଆଚାର୍ଯ୍ୟଙ୍କ ବଡ଼ପୁଅ ରୁଦ୍ର ପ୍ରତାପ ଆଚାର୍ଯ୍ୟ(କୁନୁ) ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ପୋଲିସ ମାନସ ରଂଜନ ଚକ୍ର ହତ୍ୟା ମାମାଲା ରୁଜୁ କରି ତଦନ୍ତ କରୁଥିଲା । ରଦ୍ର ପ୍ରତାପ ଯାଜପୁର ଥାନା ବାଣପୁର ଗ୍ରାମର ବୈଦ୍ୟନାଥ ତ୍ରୀପାଠୀ(୩୨)(ବାବା ଅନନ୍ତ) ହତ୍ୟା କରିଚି ବୋଲି ବାପା ଅଭିଯୋଗ କରିଥିଲେ । ଯାଜପୁର ପୋଲିସ ତଦନ୍ତ କରୁଥିବା ବେଳେ, ଅଭିଯୁକ୍ତ ବୈଦ୍ୟନାଥ ତ୍ରୀପାଠୀ ଫେରାର ହୋଇଯାଇଥିଲା । ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଥିଲେ ମଧ୍ୟ ବୈଦ୍ୟନାଥର କୌଣସି ପତ୍ତା ମିଳିନଥିଲା । ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇନଥିଲା । ଏହି ଘଟଣାକୁ ନେଇ ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନା ଏନେଇ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିକଟରେ ଜାମିନୀ ବିହିନ ଗିରଫ ପରୱାନା ଅନୁମତି ମାଗିଥିଲେ । ଯାଜପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ହତ୍ୟା ଆସାମୀ କୁହାଯାଉଥିବା ବୈଦ୍ୟନାଥ ତ୍ରୀପାଠୀ(ବାବା ଅନନ୍ତ) ବିରୋଧରେ ଜାମିନୀ ବିହିନ ଗିରଫ ପରୱାନା ଜାରି କରିଥିଲେ । ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗିରଫ ପରୱାନା ଜାରି କରିବା ପରେ ଯାଜପୁର ଥାନା ପକ୍ଷରୁ ଅଭିଯୁକ୍ତ ବୈଦ୍ୟନାଥ ପଳାତକ ଘୋଷଣା କରିବା ସହା ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କଲେ ପୁରସ୍କାର ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ହତ୍ୟା ବ୍ୟକ୍ତିଙ୍କ ବିରୋଧରେ ନ୍ୟା ଦାବି କରି ମୃତକଙ୍କ ପିତା କମଳାକାନ୍ତ ଆଚାର୍ଯ୍ୟ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଯାଜପୁର ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସମ୍ପୃକ୍ତ ହତ୍ୟାକରୀଙ୍କ ବିରୋଧରେ ଜାମିନୀ ବିହିନ ଗିରଫ ପରୱାନା ଜାରି କରିଥିବା ବେଳେ, ଯାଜପୁର ପୋଲିସ ବୈଦ୍ୟନାଥକୁ ପଳାତକ ଘୋଷଣା କରିବା ଯୋଗୁଁ ଅଭିଯୁକ୍ତ ଖୁବ ଶିଘ୍ର ଗିରଫ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Posts

About The Author

Add Comment