ହତ୍ୟାକାଣ୍ଡ ଅଭିଯୋଗ ଏତଲା ପୋଲିସ ନରଖିବାରୁ ୬ ଘଂଟା ଜାତୀୟ ରାଜପଥ ଅବରୋଧ

Spread the love

ଯାଜପୁର ,୬/୧୦ (ସନ୍ଧାନ ନିୟୁଜ) ଘଂଟାଏ କି ଅଧ ଘଂଟାଏ ନୁହେଁ, ଦୀର୍ଘ ୬ ଘଂଟା ଜାତୀୟ ରାଜପଥ ଅଚଳ ହୋଇଗଲା । ପ୍ରସଙ୍ଗ ବି ଯଥେଷ୍ଟ ସମ୍ବେଦନଶୀଳ । ଏକ ଅନୁସୂଚିତ ଜାତିର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ହତ୍ୟାକାଣ୍ଡ ଅଭିଯୋଗରେ ପୋଲିସ ଏତଲା ନରଖିବା ପ୍ରତିବାଦରେ ଏଭଳି ରାସ୍ତାରୋକ କରାଯାଇ ଥିଲା । ଶେଷକୁ ବି.ଜେ.ଡି ଯୁବନେତାଙ୍କ ହସ୍ତକ୍ଷେପ ଓ ଯାଜପୁର ଏସ.ପିଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ ।
ଅଭିଯୋଗରୁ ପ୍ରକାଶ, ଯାଜପୁର ଜିଲ୍ଲା ଜେନାପୁର ଥାନା ସୋରେଇ ଗ୍ରାମରେ ଗତ ୩ ତାରିଖ ବୁଧବାର ଦିନ ରାତି ୯ ଟା ୫୦ ମିନିଟରେ ଦୀପକ ଦଳାଇଙ୍କୁ ଗ୍ରାମର ଲାଗୁ ସ୍ୱାଇଁ ଏବଂ ସମର ପଣ୍ଡା ଡାକିକି ନେବା ପରେ ତାଙ୍କର ଶବ ପରଦିନ ଗୁରୁବାରରେ ପାଣିକୋଇଲି ଥାନା ପୋଲିସ ଦ୍ୱାରା ଜବତ ହୋଇଥିଲା । ଘରୁ ଡାକି ନେଇଥିବା ଦୁଇଜଣ ଯୁବକ ଦୃଷ୍ଟ ପ୍ରକୃତିର ଏବଂ ସେମାନେ ଦୀପକଙ୍କୁ ମାରିଦେଇ ପାଣିକୋଇଲି ନିକଟରେ ରାସ୍ତାରେ ‘ିଙ୍ଗି ଦେଇ ଦୁର୍ଘଟଣାର ରୂପ ଦେଇଚନ୍ତି ବୋଲି ଦୀପକଙ୍କ ସ୍ତ୍ରୀ ଝରଣା ଦଳେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ ଗତକାଲି ଶୁକ୍ରବାର କରିଥିଲେ । ହେଲେ ଥାନାରେ ଉପସ୍ଥିତ ଥିବା ପୋଲିସ ଏତଲାକାରୀଙ୍କ ଏତଲା ନରଖିବା ସହ ଏତଲା କପି ପ୍ରଦାନ କରିନଥିଲେ । ଏଥିନେଇ ଏତଲାକାରୀଙ୍କ ପରିବାର ସହ ଯୁକ୍ତିତର୍କ ହେବାପରେ ଏତଲାକାରୀ ପରିବାର ଏତଲା କାଗଜ ଥାନାରେ ଥୋଇଦେଇ ପଳାଇ ଆସିଥିଲେ ବୋଲି ଝରଣା ଅଭିଯୋଗ କରିଛନ୍ତି ।
ଏହାପରେ ରାତିରେ ସ୍ଥାନୀୟ ଅଂଚଳରେ ଏଥିନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଶୁକ୍ରବାର ରାତିରେ ଦୀପକଙ୍କ ଶବକୁ ଆଉ ସଂସ୍କାର କରାଯାଇ ନଥିଲା । ଶନିବାର ସକାଳୁ ଲୋକେ ପୋଲିସର କାର୍ଯ୍ୟଧାରା ଉପରେ ଅସନ୍ତୋଷ ପ୍ରକାଶ କରି ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ଦଳଗାଁ ଛକ ନିକଟରେ ଶବ ରଖି ସକାଳ ୫ ଟାରୁ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତାରୋକ ସ୍ଥଳରେ ଉପସ୍ଥିତ ଯାଜପୁର ଅତିରିକ୍ତ ଏସ.ପି, ଏସ.ଡି.ପି.ଓ ଏବଂ ଜେନାପୁର ଥାନା ଅଧିକାରୀ ବାରମ୍ବାର ଆନେ୍ଦାଳନକାରୀଙ୍କ ସହ ଆଲୋଚନା ପରେ ବି ରାସ୍ତାରୋକ ହଟି ନଥିଲା । ଏହାପରେ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ ମ୍ମ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଏଥିନେଇ ଯାଜପୁର ଏସ.ପିଙ୍କ ସହ ଆଲୋଚନା କରିଥିଲେ । ଯାଜପୁର ଏସ.ପି ଏହି ଘଟଣାରେ ସମସ୍ତ ଦିଗକୁ ତର୍ଜମା କରାଯାଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ସତୀଶ ଏଥିନେଇ ଆନେ୍ଦାଳନକାରୀଙ୍କ ସହ େ‘ାନରେ କଥା ହେବା ପରେ ଏସ.ପିଙ୍କ ପ୍ରତିଶୃତି ମୁତାବକ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ପ୍ରକାଶ ଥାଉ କି, ଏହି ପରିବାରର ଶଙ୍କର୍ଷଣ ଦଳାଇଙ୍କୁ ଗତ ତା୧୪.୧୦.୧୫ ରିଖରେ ହତ୍ୟା କରାଯିବା ନେଇ ଜେନାପୁର ଥାନାରେ ରୁଜୁ ହୋଇଥିବା କେସ (ନଂବର-୧୬୩/୨୦୧୫) ନେଇ ଅଦ୍ୟାବଧି କୌଣସି ନ୍ୟାୟ ମିଳିନାହିଁ । ଏଥିନେଇ ଜେନାପୁର ପୋଲିସକୁ ଅଭିଯୋଗକାରୀ ପରିବାର ତର‘ରୁ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟ ଜେନାପୁର ପୋଲିସ ଦେଉ ନଥିବା ବେଳେ ନିକଟ ଅତୀତରେ ଏଥିନେଇ ସୂଚନା କମିଶନ ଦେଇଥିବା ନିଦେ୍ର୍ଦାକୁ ବି ଜେନାପୁର ଥାନା ପୋଲିସ ମାନୁନାହିଁ । ଏ ସଂକ୍ରାନ୍ତରେ ଯାଜପୁର ଏସ.ପି ଏବଂ ଏସ.ପିଙ୍କ କାର୍ଯ୍ୟାଳୟର ନିଦେ୍ର୍ଦଶ ମ୍ମ ଜେନାପୁର ଥାନାରେ କାର୍ଯ୍ୟକାରୀ ହେଉନାହିଁ । ସେହିପରି ଗତ ୨୭ ଅପ୍ରେଲ ୨୦୧୮ ରିଖରେ ଜେନାପୁର ଥାନା ଅନ୍ତର୍ଗତ ଚଉଷଠିପଡାରେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ଦେବପ୍ରସାଦ ଦେବଙ୍କ ବିରୋଧରେ ପୋଲିସ ଆକ୍ରୋଶ ମୂଳକ ଭାବେ ଓଲଟା ୩୦୭ ଦ‘ା ଲଗାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିଦେ୍ର୍ଦଶ ଆସିଥିଲା । ଏଥିନେଇ ଯାଜପୁର ଏସ.ପିଙ୍କ ତର‘ରୁ ତଦନ୍ତ ନିଦେ୍ର୍ଦଶ ଆସିବାର ୬ ମାସ ବିତିଥିଲେ ବି ଜେନାପୁର ପୋଲିସ ସବୁ ନିଦେ୍ର୍ଦଶକୁ ମାଡି ବସିଛି । ଏଭଳି କେତେକ ଘଟଣା ପାଇଁ ପୋଲିସ ସାଧାରଣରେ ବିଶ୍ୱାସ ହରାଉଥିବାର ଆଲୋଚନା ହୋଇ ଘୋର ଉଦବେଗ ପ୍ରକାଶ ପାଉଛି ।
ପୋଷ୍ଟମର୍ଟମ ରିପୋର୍ଟ ନେଇ ଅଭିଯୋଗ


ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରୁଥିବା ଦୁର୍ବୁତ୍ତମାନେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଉଦ୍ୟମ କରୁଥିବାର କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ମେଡିକାଲ ଟିମ ଏହାର ଅନୁ୍ମାନ କରିବାକୁ ସାଧାରଣରେ ଦାବି ହେଉଛି ।

P mohanty jenapur news

Related Posts

About The Author

Add Comment