ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଗୁଣ୍ଡାରାଜରେ ଲୋକେ ଅତିଷ୍ଟ

Spread the love

ଯାଜପୁର,୨୦/୦୭/୨୧ (ସନ୍ଧାନ ନିଉଜ) : ଗୋଟିଏ ହତ୍ୟାକାଣ୍ଡ ଅଭିଯୋଗରେ ଅଭିଯୁକ୍ତ ଥାଇ ଜେଲ କାଟି ଗାଁକୁ ଫେରିଥିବା ବ୍ୟକ୍ତିଙ୍କ ଗୁଣ୍ଡାରାଜରେ ଗାଁରେ ଲୋକେ ଅତିଷ୍ଟ ହୋଇଛନ୍ତି । ଏହି ବ୍ୟକ୍ତିଙ୍କ ଗୁଣ୍ଡାରାଜ ନେଇ ଯାଜପୁର ଜିଲ୍ଲାର ଜେନାପୁର ଥାନାରେ ପରସ୍ପର ବିରୋଧୀ ଦୁଇଟି ଏତଲା ରୁଜୁ ହୋଇଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ଚାରଗୋଠ ଗ୍ରାମର ଜଣେ ବ୍ୟକ୍ତି ଅତୀତରେ ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମର ନବଘନ ଓଝା ନାମକ ଜଣେ ବ୍ୟକ୍ତିଙ୍କୁ ହାତ ହାଣିଦେବା ପରେ ନବଘନଙ୍କ କିଛି ଦିନ ପରେ ମୃତ୍ୟୁ ହୋଇଥିଲା । ହେଲେ ମୃତ ନବଘନଙ୍କ ପରିବାର ବର୍ଗ ଅତ୍ୟନ୍ତ ଦୟନୀୟ ଜୀବନ କାଟୁ ଥିବାରୁ ସେମାନେ ଏହି ନିର୍ମମ ଘଟଣା ନେଇ କୋର୍ଟରେ ମଧ୍ୟ ଠିକରେ ଲଢେଇ କରି ପାରି ନଥିଲେ । ଏହାର ସୁଯୋଗରେ ଏହି ଘଟଣାରେ ଚାରଗୋଠ ଗ୍ରାମର ଜନୈକ ଅଭିଯୁକ୍ତ ସଂପୂର୍ଣ୍ଣ ଜେଲ ଦଣ୍ଡ ନ ଭୋଗି ଗାଁ କୁ ଫେରିଛନ୍ତି ।
ଏହାପରେ ଏହି ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ଗାଁର ଅନ୍ୟ ମାନଙ୍କୁ ମଧ୍ୟ ଏହିପରି ହତ୍ୟା କରିବାର ଧମକ ଦେଉଛନ୍ତି । ଗତ ଜୁନ ୬ ତାରିଖରେ ତାଙ୍କର ପଡିଶା ତଥା ବରିଷ୍ଠ ନାଗରିକ ଧରଣୀଧର ରାଉତଙ୍କ ଜମିକୁ ଜୋରଜବରଦସ୍ତ ଜବର ଦଖଲ କରିବା ସହ ଧରଣୀଧରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଏହି ବ୍ୟକ୍ତିଙ୍କ ମହିଳାମାନେ ମଧ୍ୟ ଧରଣୀଧରଙ୍କୁ ତଳେ ପକାଇ ଅତି ଦୟନୀୟ ଭାବେ ପିଟୁଥିବା ବେଳେ ଗାଁର ଶିଶିର ଜେନା ମଧ୍ୟ ମାଡ ଖାଇ ଆହତ ହୋଇଥିଲେ । ଏହାପରେ ଆକ୍ରମଣକାରୀ ମାନେ ଦୀପକ ରାଉତଙ୍କୁ ମଧ୍ୟ ପିଟି ମୁଣ୍ଡ ଫଟାଇ ଦେଇଥିଲେ । ତେବେ ଏହି ଗଣ୍ଡଗୋଳରେ ଠେଙ୍ଗା ବୁଲାରେ ନିଜ ପକ୍ଷର ଠେଙ୍ଗା ବାଜି ଯାଇ ଏହି ଗଣ୍ଡଗାଳକାରୀ ଜଣକର ମଧ୍ୟ ମୁଣ୍ଡ ଫାଟିଛି । ତେବେ ଧରଣୀଧରଙ୍କ ପକ୍ଷର ଆକ୍ରମଣରେ ଏହି ଗଣ୍ଡଗୋଳକାରୀଙ୍କ ମୁଣ୍ଡ ଫାଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିନେଇ ଉଭୟ ପକ୍ଷ ତରଫରୁ ଥାନାରେ ଦୁଇଟି ପୃଥକ ପୃଥକ ଏତଲା ରୁଜୁ ହୋଇଛି । ଏହି ଗାଁ ନିଶ୍ଚନ୍ତ କର୍ମ ନିଯୁକ୍ତି ଯୋଜନା, କରୋନା ମୁକାବିଲା ବାବଦ ଅର୍ଥ ହଡପ, ଆବାସ ଯୋଜନାରେ ଦୁର୍ନିତି ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରାଯାଉ ଥିବାରୁ କ୍ଷମତାଶାଳୀ ଗୋଷ୍ଠୀ ତରଫରୁ ଏହି ଗଣ୍ଡଗୋଳକୁ ଏକ ସୁଯୋଗ ମନେକରି ଅଯଥାରେ ଧରଣୀଧରଙ୍କ ବିରୋଧରେ ଦିଆଯାଇଥିବା ଏତଲାରେ ବହୁ ମିଛ ଅଭିଯୋଗ ସହ ଅନ୍ୟ କେତେକଙ୍କୁ ଫସାଇ ଦିଆଯାଇଛି । ତେବେ ପୋଲିସ ଉପରେ ଭରସା ଅଛି ଏବଂ ନିଶ୍ଚୟ ନ୍ୟାୟ ମିଳିବ ବୋଲି ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment