ହତ୍ୟାକାଣ୍ଡରେ ଔଷଧ ଦୋକାନୀ ସାମିଲ ଥିବା ସନ୍ଧେହ

Spread the love

ଯାଜପୁର ସଦର, ୨୦ା୦୫: ଯାଜପୁର ଜିଲ୍ଲାରେ ଘଟିଯାଇଥିବା କମାରଡିହ ପଂଚାୟତ ଦଶରଥପୁର ବ୍ଲକ ନିକଟସ୍ଥ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡିହ ପଂଚାୟତର ଅକ୍ଷୟ ବାରିକଙ୍କ ମୃତୁ୍ୟ ଘଟଣାକୁ ନେଇ ସନ୍ଧେହ ଜାଲରେ ଛନ୍ଦି ହୋଇଥିବା ଅକ୍ଷୟ କାମ କରୁଥିବା ଏକ ଔଷଧ ଦୋକାନରେ ଦୋକାନରେ ମାଲିକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଧେହ କରି ମଙ୍ଗଳପୁର ଥାନା ଅଧିକାରୀଣୀ ରିନାରାଣୀ ସାହୁ କାର୍ଯ୍ୟ କରୁଥିବା ଔଷଧ ଦୋକାନୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ଯାଜପୁର ଜିଲ୍ଲା ଏସପି ଆଜି ମଙ୍ଗଳପୁର ଥାନାରେ ପହଁଞ୍ଚô ଅକ୍ଷୟ ବାରିକର ହତ୍ୟା ରହସ୍ୟ ତଦନ୍ତ କରୁଥିବା ଜଣାଯାଇଚି । ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଚି । ମୋ ଭାଇକୁ ଡାକି ନେଇ ହତ୍ୟା କରାଯାଇଚି ବୋଲି ଅକ୍ଷୟ ବାରିକର ବାପା ଏବଂ ଭାଈ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର କାର୍ଯ୍ୟ କରୁଥିବା ଔଷଧ ଦୋକାନୀ ଦେବଦତ୍ତ(ଲୁଲୁ) ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ମୋ ଭାଇକୁ ଷଡ଼ଯନ୍ତ୍ର କରି ହତ୍ୟା କରିଚି । ମୃତ ଅକ୍ଷୟର ଭାଈ ଅଶୋକ ବାରିକ ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳପୁର ଥାନା କଇଁଆଗୋଲା ଧରମପୁର ରାସ୍ତାର କୋଉଡିଆ ନାଳରୁ ୧୪ ତାରିଖ ଅପରାହ୍ନରେ ଇଟାପଡ଼ା ଗ୍ରାମର ସୁରେନ୍ଦ୍ରନାଥ ବାରିକଙ୍କ ପୁଅ କାଳିଆ(୨୫) ମୃତ ଦେହା ଉଦ୍ଧାର କରାଯାଇଥିଲା । ଘଟଣାର ୬ ଦିନ ପରେ ଗତକାଲି ଯାଜପୁର ଏସପି ରାହୁଲ ପିଆର ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ ସରୋଜ ଉପାଧାୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ସେଠାରୁ ମଙ୍ଗଳପୁର ଥାନାରେ ପହଁଞ୍ଚô ଥାନା ଅଧିକାରିଣୀ ରୀନାରାଣୀ ସାହୁ ତଦନ୍ତ କରି ଅଧିକାରୀ ହରି ସିଂ ସହିତ ଏସମ୍ପର୍କରେ ଏସପି ଆଲୋଚନା କରିଥିଲେ । ମାନସକୁ ଏସମ୍ପର୍କରେ ପଚାର ଉଚରା କରିଥିଲେ । ଏସପିଙ୍କ ନିକଟରେ ଔଷଧ ଦୋକାନୀ ଦେବଦତ୍ତ ହତ୍ୟାକାରୀ ବୋଲି ସିଧା ସଳଖ ଅଭିଯୋଗ ଆଣିଥିଲେ । ଘଟଣା ଘଟିବା ଦିନ ଧରମପୁର ରାସ୍ତାରେ ଦେବଦତ୍ତ ବାଇକରେ ରାତିରେ ବୁଲୁଥିବା କିଛି ଲୋକ ଦେଖିଥିବା ଅକ୍ଷୟଙ୍କ ବାପା ଭାଈ ଏସପିଙ୍କୁ ସୂଚନା ଦେଇଥିଲେ । ଦେବଦତ୍ତଙ୍କ ତିନୋଟି ମୋବାଇ ନଂ କୁ ଟ୍ରାକିଂ କରିବା ପାଇଁ ଦାବୀ କରିଥିଲେ । ଏସପି ରାହୁଲ ପିଆର ସମସ୍ଥ ଘଟଣା ଶୁଣିବା ପରେ ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଥିବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଜିଲ୍ଲା ଏସପି ଶ୍ରୀଯୁକ୍ତ ପିଆର ଅକ୍ଷୟଙ୍କ ପରିବାରକୁ ସାନ୍ତୋନା ଦେଇଥିଲେ । ଔଷଧ ଦୋକାନୀକୁ ଥାନାକୁ ଅଣାଯିବା ସହିତ ଦେବଦତ୍ତକୁ ଥାନାରେ ୧ଘଣ୍ଟା ଜେରା କରାଯାଇଥିଲା । ଜେରାପରେ ଦେବଦତ୍ତକୁ ଥାନାରୁ ଛଡ଼ା ଯାଇଥିବା ଜଣାଯାଇଚି । ଦେବଦତ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତିକି ନାହିଁ ପୁଣି ଥାନାକୁ ଆଣି ଜେରା କରାଯିବ ବୋଲି ଥାନା ପକ୍ଷରୁ ଜଣାଯାଇଚି ।

Related Posts

About The Author

Add Comment