ଅନୁଗୋଳ, ୨୬/୪ (ସନ୍ଧାନ ନିୟୁଜ) : ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ଥାନା ଅଧିନସ୍ଥ କମରେଇ ପଂଚାୟତର ଦଣ୍ଡାସିଂହା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜନୈକ ଜ୍ୱାଇଁଙ୍କୁ ନିଜ ଶ୍ୱଶୁର ଘର ଲୋକେ ଏକ ମୋଟର ସାଇକେଲରେ ବାନ୍ଧି ଗାଁ ରାସ୍ତାରେ ନେଉଥିବା ଦୃଶ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟ ଫେସବୁକ୍ ଏବଂ ହ୍ୱାଟସଆପ୍ ଗ୍ରୁପ୍ରେ ଏବେ ଘୁରି ବୁଲୁଥିବା ବେଳେ ମାନବିକ ଅଧିକାରକୁ କିଭଳି କ୍ଷୁର୍ଣ୍ଣ କରାଯାଉଛି, ଏହି ଦୃଶ୍ୟ ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ସୂଚନାରୁ ପ୍ରକାଶ, ଦଣ୍ଡାସିଂହା ଗ୍ରାମର ଦୁଃଖବନ୍ଧୁ ସାହୁ ଓରଫ ଦୁଃଖ ବାବା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ ୧୫ତାରିଖରେ ପାରିବାରିକ କଳହ ଉପୁଜିଥିଲା। ଏହାପରେ ଶ୍ୱଶୁରଘର ଲୋକେ ଆସି ଦୁଃଖଙ୍କୁ ନିସ୍ତୁକ ମାରପିଟ୍ କରିଥିଲେ ଏବଂ ଦୁଇ ତାଙ୍କର ଦୁଇ ଶଳା ଏବଂ ଶ୍ୱଶୁର ଅତ୍ୟନ୍ତ ଅମାନୁଷିକ ଭାବେ ଏକ ବାଇକ ରେ ଜ୍ୱାଇଁଙ୍କୁ ହାତଗୋଡ଼ ବାନ୍ଧି ଗାଁ ରାସ୍ତାରେ ବୋହି ନେବାସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରି ଘଟଣାରେ ଦୁଃଖବନ୍ଧୁ ଭୟଭୀତ ତଥା ଅସହାୟ ହୋଇ ଯନ୍ତ୍ରଣା ଭୋଗି ଚାଲିଥିଲେ। ଇତିମଧ୍ୟରେ ଉକ୍ତ ସ୍ପର୍ଷକାତର ଘଟଣାକୁ କେହି ଜଣେ ଭିଡିଓ ସୁଟିଂ କରି ଦେଇଥିଲେ। ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଅପରପକ୍ଷରେ ଗ୍ରାମବାସୀ ଉକ୍ତ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବାରୁ ପୋଲିସ ତୁରନ୍ତ କମରେଇ ଅଂଚଳରୁ ଦୁଃଖବନ୍ଧୁଙ୍କୁ ଉଦ୍ଧାର କରି କଣିହାଁ ସିଏଚସିରେ ଭର୍ତି କରି ଚିକିତ୍ସା କରାଇଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଆଣି ଅଟକ ରଖିଥିଲା। ତେବେ ଏନେଇ ଥାନାରେ ଅଭିଯୋଗ ହେବା ସତ୍ୱେ କଣିହାଁ ପୋଲିସ ମାମଲାକୁ ଗୁରୁତ୍ୱ ନଦେଇ ରଫାଦଫା କରି ଦେଇଥିବାର ଅଭିଯୋଗ ହୋଇଛି।
ହଜିଲା ମାନବିକତା: ଶ୍ୱଶୁର ଘର ଲୋକେ ମାରପିଟ କରି ଜ୍ୱାଇଁଙ୍କୁ ବାଇକରେ ବାନ୍ଧି ନେଲେ, ପୋଲିସରେ ମାମଲା ରୁଜୁ, ତଦନ୍ତ ଆରମ୍ଭ
|
April 26, 2019 |
