ସଡ଼କ ସୁରକ୍ଷା ଉପଲକ୍ଷେ ମୋଟର ସାଇକେଲ ଶୋଭାଯାତ୍ରା

Spread the love

ନୟାଗଡ଼, ୧୬/୦୧/୨୦୨୦(ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ:୩୧ତମ ସଡ଼କ ସୁରକ୍ଷା ସପ୍ତାହ ୬ଷ୍ଠ ଦିବସରେ ଆଜି ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଆନୁକଲ୍ୟରେ ନୟାଗଡ଼ ସହରରେ ଏକ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏହି ବାଇକ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ଥାନୀୟ ଘଡ଼ୁଆଳ ନିକଟସ୍ଥ ଭଗବତୀ ମୋର୍ଟସ ଠାରୁ ଏହି ଶୋଭାଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରିଛି । ଏଥିରେ ଜିଲ୍ଲାପ୍ରଶାସନର ପ୍ରତ୍ୟେକ ବିଭାଗର କର୍ମଚାରୀ ଯୋଗ ଦେବା ସହିତ ଜିଲ୍ଲା ପୁଲିସର ସହଯୋଗୀତା ଦେଖିବାକୁ ମିଳିଥିଲା । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏଥିସହିତ ମିଶ୍ର ଡ୍ରାଇଭିଂ ଟ୍ରେନିଂ କେନ୍ଦ୍ରଠାରେ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୫୦ରୁ ଉର୍ଦ୍ଧ ତାଲିମ ନେଉଥିବା ଚାଳକଙ୍କୁ ବିଭିନ୍ନ ପ୍ରକାରର ସୁରକ୍ଷା ସମ୍ବର୍ଦ୍ଧିୟ ଶିକ୍ଷା ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସଡିପିଓ ନୀରଞ୍ଜନ ପାଢ଼ୀ, ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି, କନିଷ୍ଠ ଏମଭିଆଇ ଦୁର୍ଗା ରାଓ, ପରିବହନ କାର୍ଯ୍ୟାଳୟ ବରିଷ୍ଠ କିରାଣୀ ନିହାର ରଂଜନ ନାୟକ ପ୍ରମୂଖ ଯୋଗ ଦେଇଥିଲେ ।

Related Posts

About The Author

Add Comment