ମାହାଙ୍ଗା, ୨୬/୧୦ (ସନ୍ଧାନ ନିଉଜ)ରାଜ୍ୟର ବିକାଶ କଥା ଚିନ୍ତା କରିବା ପୂର୍ବରୁ ମାତୃ ଜାତିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ୱ ଦିଅନ୍ତି ସେକଥା ପ୍ରମାଣିତ ହୋଇସାରିଛି ! ମହିଳା ମାନଙ୍କ ଉତଥାନ ନହେଲେ ରାଜ୍ୟ ପ୍ରଗତି ପଥରେ ଆଗେଇବା ସମ୍ଭବ ନୁହେଁ ବୋଲି ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ! ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୋଡାମରାଇ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ ! ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟକୁ ବିକାଶର ଶୀର୍ଷ ସ୍ଥାନକୁ ନେଇପାରିବେ ବୋଲି ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱଦେଇ ଆସିଛନ୍ତି ! ମନ୍ତ୍ରୀ ଶ୍ରୀ ଜେନା କହିଲେ ଏହି ମହିଳା ମାନଙ୍କ ଶକ୍ତି ଏବଂ ସାମର୍ଥ୍ୟ ପ୍ରମାଣିତ ହୋଇପାରିଛି ! ଏହି ମହିଳା ମାନଙ୍କ ବିଭିନ୍ନ କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରାଯାଇଥିଲା ! ଉତ୍ସବରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ! ସିଡିପିଓ ପ୍ରମୋଦିନୀ ଦାଶ, ବିଡ଼ିଓ ନିହାର ମଲ୍ଲିକ, ଭାଇସ ଚେୟାରମ୍ୟାନ ରସିଦା ବେଗମ,ମହିଳା ଫେଡେରେସନ ସଭାନେତ୍ରୀ ମାତାଜୀ ସେଠୀ, ସରପଞ୍ଚ ସସ୍ମିତା ସିଂ, ବିଜୁ ମହିଳା ଜନତା ସଭାପତି ସୁସ୍ମିତା ଦାସ,ଡକ୍ଟର ଜୟୀରାମ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ! ଗ୍ରାମୀଣ ମହିଳା ମାନଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ସେମାନଙ୍କ ପରିବାର ଆର୍ଥିକ ସ୍ୱାବଲମ୍ବୀ ହେବା ସହିତ ଦେଶର ଉନ୍ନତିରେ ଏହି ମିଶନ ଶକ୍ତିର ଯୋଗଦାନ ବରଦାନ ସାବ୍ୟସ୍ତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସୁଛନ୍ତି ! ମାହାଙ୍ଗା ବ୍ଲକର ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମ୍ମିଳିତ ସହଯୋଗକୁ ମନ୍ତ୍ରୀ ଶ୍ରୀ ଜେନା ଭୂୟସୀ ପ୍ରଶଂସା କରିଥିଲେ !
ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ, ମାତୃ ଜାତିର ବିକାଶ ଉପରେ ରାଜ୍ୟର ଭବିଷ୍ୟତ ନିର୍ଭର : ଆଇନି ମନ୍ତ୍ରୀ ପ୍ରତାପ ଜେନା
|
October 26, 2021 |
