ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଆଦାୟ କରିବେ ହୋଲ୍‌ଡିଂ ଟାକ୍ସ 

Spread the love
ଭୁବନେଶ୍ୱର, ୧/୨/୨୦ (ସନ୍ଧାନ ନିଉଜ) : ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମହିଳା ମହାସଂଘର ସଦସ୍ୟା ହୋଲ୍‌ଡିଂ ଟାକ୍ସ କିମ୍ବା ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବେ। ଏଥିପାଇଁ ଚୟନ ହୋଇଥିବା ୨୦ଟି ଏସ୍‌ଏଚ୍‌ଜି/ମହିଳା ମହାସଂଘର ସଦସ୍ୟଙ୍କୁ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ୍ ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଇଛି। ୪୦ ଲକ୍ଷ ଟଙ୍କା ଆଦାୟ ପାଇଁ ଗୋଷ୍ଠୀକୁ ଆଦାୟ ରାଶିର ୧ ପ୍ରତିଶତ, ୪୦ରୁ ୬୦ ଲକ୍ଷ ଆଦାୟରେ ୧.୫ ପ୍ରତିଶତ ଓ ଏହାଠାରୁ ଅଧିକ ଆଦାୟ କଲେ ୨ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର ହୋଇଛି।

Related Posts

About The Author

Add Comment