ଯାଜପୁର, ୦୮/୧୦/୨୦୨୧ (ସନ୍ଧାନ ନିଉଜ) : ଶୁକ୍ରବାର ପୂର୍ବାହ୍ନରେ ଗୋତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ, ଯାଜପୁର ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଆଂଚଳିକ କାର୍ଯ୍ୟାଳୟ , ଚଣ୍ଡିଖୋଲ ସହଯୋଗରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମହିଳା ମାନେ ନିଜକୁ ସବୁ କ୍ଷେତ୍ରରେ ଆଜି ପ୍ରତିପାଦିତ କରିପାରିଛନ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ସହ ସେମାନଙ୍କର ଆର୍ଥିକ ବିକାଶ ପ୍ରତ୍ୟେକ ପରିବାରଙ୍କ ମୁହଁରେ ଆଜି ହସ ଫୁଟାଇ ପାରିଛି ଏବଂ ଓଡିଶା ସରକାରଙ୍କ ଦ୍ୱାରା ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ଭଳି ସ୍ୱ୍ୱତନ୍ତ୍ର ବିଭାଗ ଗଠନ ଦ୍ୱାରା ଏହାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତି ଏକ ବିରାଟ ଅଭ୍ୟୁଦୟ ଏବଂ ପ୍ରତ୍ୟେକ ମହିଳା ଜଣେ ଜଣେ ଶକ୍ତିମୟୀ ବୋଲି ପ୍ରକାଶ କରିବା ସହ ବ୍ୟାଙ୍କ୍ରୁ ଋଣ ନେଇ ତାହାକୁ ଠିକ୍ ସମୟରେ ପରିଶୋଧ କରିବା ଓ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଡି.ଡି.ଏମ୍, ନାବାର୍ଡ, ସୁବ୍ରତ କୁମାର ସାହୁ, ଏଲ୍.ଡି.ଏମ୍, ମÿନୋଜ କୁମାର ପ୍ରଧାନୀ, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ସାଧାରଣ ପ୍ରବନ୍ଧକ ଗଗନ ବିହାରୀ ପ୍ରଧାନ, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଚଂନ୍ଦନ କୁମାର ମହାନ୍ତି, ଆର୍ଥିକ ସାକ୍ଷରତା ପରାମର୍ଶଦାତା ଅକ୍ଷୟ କୁମାର ସାହୁ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ବିରଜା ପ୍ରସାଦ କର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଡି.ପି.ସି, ମିିଶନ ଶକ୍ତି, ଶେଫାଳି ସ୍ୱାଗତିକା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ମେଳାରେ ୧୦୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୩ କୋଟି ୪୭ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ କୁମାର ପାଢୀ କାର୍ଯ୍ୟକ୍ରମର ସମସ୍ତ ସହଯୋଗ କରିବା ସହିତ ସମସ୍ତ ବ୍ଲକ୍ର ମିଶନଶକ୍ତି ଏବଂ ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ର ଶାଖା ଅଧିକାରୀ ମାନେ ଯୋଗଦାନ କରିଥିଲେ ।
ସ୍ୱୟଂ ସହାୟକ ଗୋଷ୍ଠୀର ଅଭ୍ୟୁଦୟ ବିକାଶର ବିପ୍ଳବ ସାଜିଛି ।
|
October 8, 2021 |