ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଟାସ୍କ ପୋଂର୍ସ ବୈଠକ ଅନୁଷ୍ଠିତ ।

Spread the love

ଯାଜପୁର, ୦୨/୧୧/୨୦୨୧ (ସନ୍ଧାନ ନିଉଜ) : ଗତ ୨ ବର୍ଷ ହେଲାଣି କୋଭିଡ ପାଇଁ ଶିଶୁ ମାନଙ୍କ ଟୀକାକରଣ ବାଧାପ୍ରାପ୍ତ ହୋଇଚ୍ଥି । ଏହାକୁ ପୂର୍ବ ଭଳି ନିୟମିତ ଆକାରରେ ଚାଲୁ କରାଯିବାକୁ ଯାଜପୁର ଜିଲ୍ଳ୍ା ଟାସ୍କ ପୋଂର୍ସ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଚ୍ଥି । ସୋମବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଚିକିସôା ସମ୍ୱନ୍ଧୀୟ ଟାସ୍କ ପୋଂର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ କୋଭିଡ ଟୀକାକରଣକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ସି.ଏଚ.୍ସି, ପି.ଏଚ୍.ସି. ଓ ଜିଲ୍ଳ୍ା ମୁଖ୍ୟ ଚିକିସôାଳୟକୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଅନୁଧ୍ୟାନ କରି ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟୀକା ନେଇ ନାହାନ୍ତି କିମ୍ୱା ଗୋଟିଏ ଗୋଟିଏ ଡୋଜ ନେଇଚ୍ଥନ୍ତି ଅଥଚ ସେମାନଙ୍କର ଦ୍ୱିତୀୟ ଡୋଜ୍ ଅବଧି ଆସିଗଲାଣି ବା ପୁରା ହେଲାଣି, ସେମାନଙ୍କୁ ଚିହ୍ନଟ କରି ଟୀକାକରଣ ପାଇଁ ସେ ପରାମର୍ଶ ଦେଇଥିଲେ । ୧୮ ରୁ ୪୪, ୪୪ ରୁ ୫୯ ଓ ୬୦ ରୁ ଊଦ୍ଧ୍ୱର୍ ବୟସର ନାଗରିକଙ୍କର ତଥ୍ୟକୁ ନୀରିକ୍ଷଣ ସହ ଘରକୁ ଘର ସର୍ଭେ କରାଯାଇ ଶତ ପ୍ରତିଶତ ଟୀକାକରଣ ସଂପୂର୍ଣ୍ଣ ପାଇଁ ସେ ଗୁରୁତ୍ୱ ଦେଇଥିଲେ । ସେହିପରି ନଭେମ୍ୱର ମାସ ଠାରୁ ଶିଶୁ ମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ଟୀକାକରଣକୁ ତ୍ୱରାନ୍ୱିତ ପାଇଁ ସେ କହିଥିଲେ । ଏଥିପାଇଁ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ୍. ଓ ମୋବିଲାଇଜର ମାନଙ୍କୁ ପ୍ରଶିକ୍ଷିତ କରି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ଏହାକୁ ଉପଯୁକ୍ତ ପଂର୍ମାଟରେ ପ୍ରତିଦିନ ନିରୀକ୍ଷଣ କରିବା ଓ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ଜିଲ୍ଳ୍ା ମୁଖ୍ୟ ଚିକିସôାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଏ.ଡି.ଏମ୍. ଡା. ଶିବାଶିଷ ମହାରଣା, ଡା. ପ୍ରଦିପ୍ତ କୁମାର ସାହୁ, ଡା. ଦେବରାଜ ହାନ୍ସଦା, ବିଭିନ୍ନ ସି.ଏଚ୍.ସି. ଓ ପି.ଏଚ୍.ସି. ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment