ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଙ୍ଗନବାଡି କର୍ମୀଙ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ, ୩୦/୦୫/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ) : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗ୍ରାମରେ ଆଜି ଅଙ୍ଗନୱାଡି ତରଫରୁ ଘରଘର ବୁଲି କରୋନା ର ସଚେତନତା ଉପରେ ଦୃଷ୍ଟି ଦେଇଥିଲେ I ଲେଫ୍ରିପଡା ବ୍ଲକ ରେ ଅନିୟନ୍ତ୍ରିତ ଭାବରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଙ୍ଗନବାଡି କର୍ମୀ ମାନଙ୍କ ର ସଚେତନତା ଅନେକାଂଶରେ ପ୍ରଶଂସନୀୟ ଯୋଗ୍ୟ I ଦେଖିବାକୁ ଗଲେ ଆଜି ନୂଆଡ଼ିହି ଗ୍ରାମରେ ଅଧିକାଂଶ ଲୋକଙ୍କ ପରୀକ୍ଷଣ ପରେ ସୁଫଳ ମିଳିଛି I କରୋନା ର ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଥର ଲକଡାଉନ ଏବଂ ସଟଡାଉନ ଚାଲିଥିବା ବେଳେ ସାପ୍ତାହିକ ହାଟ ମାଧ୍ୟମରେ ଚାଷୀ ମାନେ ତାଙ୍କର ପନିପରିବା ବିକ୍ରି କରିପାରୁ ନାହାନ୍ତି I ଯାହାଦ୍ୱାରାକି ଚାଷୀ ମାନଙ୍କର ଅର୍ଥନୀତି ଉପରେ ପ୍ରଭାବ ପଡୁଛି I ଟେଷ୍ଟ ଓ ସଚେତନତା ଦ୍ୱାରା ନୂଆ ଡ଼ିହି ଗ୍ରାମରେ ଅନେକାଂଶରେ ଲୋକଙ୍କ ପ୍ରତ୍ୟେକ ନିୟମାବଳି ଉପରେ ଦୃଷ୍ଟି ରହିବ କାରଣରୁ ଅଂଚଳରେ ସ୍ଥିତି ସୁଧୁରିବାରେ ଲାଗିଛି I

Related Posts

About The Author

Add Comment