ସ୍ୱାସ୍ଥ୍ର୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ଓସାକ୍ସ ସମ୍ମୁଖରୁ ଧାରଣା ପ୍ରତ୍ୟାହର

Spread the love

ଭୁବନେଶ୍ୱର, ୧୮/୦୮/୨୦୨୧ (ସନ୍ଧାନ ନିଉଜ)  : ଓସାକ୍ସ ସମ୍ମୁଖରେ ଓଡିଶା ରାଜ୍ୟ ଏଚ.ଆଇ.ଭି /ଏଡସ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ଚାଲିଥିବା ଧାରଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ପ୍ରତିଶୃତି ପରେ ବୁଧବାର ପ୍ରତ୍ୟାହାର ହୋଇଛି । ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ଭୁବନେଶ୍ୱର କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୬ ଅଗଷ୍ଟରୁ ଏହି ଧାରଣା ଚାଲିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିଦେ୍ର୍ଦଶକୁ ଦୀର୍ଘ ବର୍ଷେ ହେବ ଚାପି ଦିଆଯିବା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଘ ତରଫରୁ ଅଭିଯୋଗ କରାଯିବା ନେଇ କର୍ମଚାରୀଙ୍କ ଉପରେ ଦମନମୂଳକ ପଦକ୍ଷେପ ଗ୍ରହଣ କରିବା , ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଅନୁସାରେ ସଂଘର ପ୍ରତନିଧିଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ ନିଦେ୍ର୍ଦଶିକା ଉଦ୍ୟମ ନକରି ସଂଘର ସମସ୍ତ କାଗଜପତ୍ର ମାଗିବା ନେଇ ସଂଘ ତରଫରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିସହ ସଂଘ ତରଫରୁ ଦିଆଯାଇଥିବା ୧୦ ଦଫା ଦାବି ପୁରଣ ପାଇଁ ଏହି ଧାରଣା ଦିଆଯାଇଥିଲା । ତେବେ ଧାରଣା ଚାଲିଥିବା ବେଳେ ପ୍ରକଳ୍ପ ନିଦେ୍ର୍ଦଶିକା ଡାକ୍ତର ସଂଯୁକ୍ତା ସାହୁ ଧାରଣାରେ ସାମିଲ ଥିବା କର୍ମଚାରୀଙ୍କ ଚାକିରୀ ନେଇଯିବାର ଧମକ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ପ୍ରକଳ୍ପ ନିଦେ୍ର୍ଦଶିକା( ପି.ଡି) ଙ୍କ ନିୟମିତ ଦମନ ମୂଳକ ପଦକ୍ଷେପ ପାଇଁ ସଂଘ ତରଫରୁ ପି.ଡିଙ୍କ ବଦଳି ଦାବିକୁ ଜୋରଦାର କରାଯାଇ ଥିଲା । ଏହାପରେ ପି.ଡିଙ୍କ ସହ କୌଣସି ଆଲୋଚନା କରାନଯାଇ ପି.ଡିଙ୍କ ଉପରିସ୍ଥ କୌଣସି ଅଧିକାରୀଙ୍କ ସହ ଆଲୋଚନା ପାଇଁ ସଂଘ ଲିଖିତ ଆକାରରେ ପି.ଡି ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇ ଥିଲା । ସଂଘ ତରଫରୁ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କ ସହ ଆଲୋଚନା କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ସଭାପତି ସତୀଶ ବିଶ୍ୱାଳ ଓ କର୍ମକର୍ତାଙ୍କ ବୁଧବାର ରାଜ୍ୟ ଅତିଥି ଭବନରେ ଆଲୋଚନା ହୋଇଥିଲା । ସଂଘର ଦାବି ପୁରଣ ପ୍ରତି ଅଗ୍ରାଧିକାର ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଆଲୋଚନା ପରେ ସଂଘର ସମସ୍ତ ଦାବି ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଲିଖିତ ପରାମର୍ଶ ଦେଇଛନ୍ତି । ଆସନ୍ତା ୨ ତାରିଖ ପରେ ସଂଘର ପ୍ରତିନିଧିଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା ପାଇଁ ପ୍ରତିଶୃତି ମିଳିଛି । ଏହାପରେ ରାଜ୍ୟ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ସଂଘ ତରଫରୁ ରୋଗୀସେବା ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇ ବୁଧବାର ଅପରାହ୍ନରେ ଏହି ଧାରଣା ପ୍ରତ୍ୟାହାର କରାଯିବା ନେଇ ସଭାପତି ସତୀଶ ବିଶ୍ୱାଳ ଓ ସଂପାଦକ ଦଃୁଖୀଶ୍ୟାମ ପଟ୍ଟନାୟକ ଘୋଷଣା କରିଥିଲେ । ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ବି.ଜେ.ଡି ସଂଗଠନ ସଂପାଦକଙ୍କୁ କୃତଜ୍ଞତା ଜଣାଯାଇଛି ।

Related Posts

About The Author

Add Comment