ସ୍ୱାର୍ଥବିହିନ ସେବା ସମାଜର ଆବଶ୍ୟକତା

Spread the love
କୋରାପୁଟ,୨୧/୦୭/୨୧ (ସନ୍ଧାନ ନିଉଜ) : ସ୍ୱାର୍ଥବିହିନ ସେବା ସମାଜର ଆବଶ୍ୟକତା ହେବା ଉଚିତ- ଆଜି ଏଭଳି ମତପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ଆହୂତ ସପ୍ତମ ଇ-ପାଠଚକ୍ର ରେ ।ମଙ୍ଗଳବାର ସଂଧ୍ୟା ୭.୦୦-୮.୧୫ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଋପେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଡ. ଅମୂଲ୍ୟ ମହାପାତ୍ର ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ ଏକ ଶୁଦ୍ଧ ଓ ମହତ୍ତର ଜୀବନଯାପନ ପାଇଁ ପରମେଶ୍ୱରଙ୍କ ଉପଲବ୍ଧୀ ରହିବା ଆବଶ୍ୟକ । ସର୍ବ  ଧର୍ମର ସାରତତ୍ତ୍ୱକୁ ନିଜ ଭିତର ପୂର୍ଣ୍ଣତା ମଧ୍ୟରେ ଆବିଷ୍କାର କରିବା ଆବଶ୍ୟକ । ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିହିନ ଧର୍ମ, ସ୍ୱାର୍ଥ ବିହିନ ସେବା, ସମସ୍ତ କ୍ଷେତ୍ରରେ ଶାନ୍ତି, ଦରିଦ୍ର ନାରାୟଣଙ୍କ ନିରନ୍ତର ସେବା ଆଦି ମାଧ୍ୟମରେ ନିଜର ତଥା ସମାଜର ଅଭିବୃଦ୍ଧି ହେଇପାରିବ ବୋଲି ସେ ନିଜ ବକ୍ତବ୍ୟ ମାଧ୍ୟମରେ ପରିପ୍ରକାଶ କରିଥିଲେ ।ଧାର୍ମିକତା ଏବଂ ନୈତିକତା ସମସ୍ତଙ୍କ ଧ୍ୟେୟ ହେବା ଉଚିତ ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।”ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ଧର୍ମ, କର୍ମ ଏବଂ ସେବ‍ା” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟା ଡ. ଝାନସୀ ସିଂହ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ,   ବିଶିଷ୍ଟ ସଙ୍ଗୀତକାର, କଣ୍ଠଶିଳ୍ପୀ ତଥ‍ା ସଙ୍ଗୀତାଚ‍ାର୍ଯ୍ୟ  ଶ୍ରୀ  ଅସିତ କୁମାର ନନ୍ଦ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜିକା ତଥା ଶିକ୍ଷୟତ୍ରୀ ସୁଶ୍ରୀ ସୁନିତା ବେହେରା ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment