ସ୍ୱାମୀ ମାଡରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଗିରଫ୍

Spread the love

ବାରିପଦା ୨୧/୬ (ନି.ପ୍ର) ସ୍ଥାନୀୟ ସଦର ଥାନା ଅର୍ନ୍ତଗତ ବଇଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ୱାମୀ ଭାଗିରଥି ସୋରେନ ମାଡରେ ସ୍ତ୍ରୀ ମୃତୁ୍ୟବରଣ କରିଥିବା ସଦର ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ଥାନାରେ ନମ୍ବର ୮୧/୨୦ରେ ମାମଲା ରୁଜୁ କରାଯାଇ ପୋଲିସ୍ ଭାଗିରଥିକୁ ଗିରଫ କରି କୋର୍ଟ •ଲାଣ କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚହଳ ଖେଳିଯାଇଛି । ମୃତ ମହିଳା ଜଣକ ହେଲେ ସୋମବାରୀ ସୋରେନ ଥାନାରୁ ମିଳିଥିବା ସୂଚନା ଅନୁସାରେ ଗତ ୧୫ ତାରିଖରେ ରଜ ଦିନ ସୋମବାରୀ ଘରକୁ ବିଳମ୍ବରେ ଫେରିଥିଲା ଏଥିରେ ରାଗିଯାଇ ଅଭିଯୁକ୍ତ ଭାଗରଥୀ ସୋମବାରୀକୁ ମାଡ ମାରିଥିଲେ । ମାଡ ମାରିବା ଫଳରେ ସେ ଗୁରୁତ୍ୱର ହୋଇ ପଡିଥିଲେ । ପରେ ତାଙ୍କୁ ବାରିପଦା ପି.ଆର.ଏମ. ମେଡିକାଲରେ ଭର୍ତି କରାଯାଇଥିଲା, ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ଥିବାରୁ ଚିକିସôିତ ଅବସ୍ଥାରେ ସୋମବାରଙ୍କ ମୃତ୍ୟୁ ଘଟିଥିଲା ।
ରିପୋର୍ଟ-ଲିଙ୍ଗରାଜ ପଣ୍ଡା

Related Posts

About The Author

Add Comment