ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ  ଅଷ୍ଟାଦଶ ଇ-ପାଠ୍ୟଚକ୍ର 

Spread the love
*ଗାନ୍ଧି ଦର୍ଶନରେ ସମାନତା ଶୀର୍ଷକ ୱେବିନାର୍ ଆୟୋଜିତ*
୧୧/୧୦/୨୦୨୦,  ରବିବାର ଅପରାହ୍ନ ୩.୦୦ ଘଟିକା ବେଳେ ଆୟୋଜିତ ହେଇଜାଇଛି । ଏଥିରେ ଚୌଧୁରୀ ଚରଣ ସିଂହ ବିଶ୍ୱ ବିଦ୍ଯାଳୟ, ମିରଟ୍, ଉତ୍ତର ପ୍ରଦେଶ ର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ରବୀନ୍ଦ୍ର କୁମାର  ବକ୍ତା ଭାବେ ଯୋଗଦାନ କରି ଗାନ୍ଧି ଦର୍ଶନରେ ସମାନତାର ବିଭିନ୍ନ ବିଭବ ତଥା ସାମ୍ପ୍ରତିକ ଯୁଗରେ ତାହାର ସ୍ଥାନ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ  ଯୁବପିଢିଗଣ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ । ପ୍ରାରମ୍ଭରେ ସ୍ୱାତୀ ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିଲା । ଏହି ସଭାରେ  ଆଜୀବନ ସଦସ୍ୟ ଡ. ମଦନ ମୋହନ ପ୍ରଧାନ ପୌରୋହିତ୍ୟ କରି ଅନୁଷ୍ଠାନର ବିଭିନ୍ନ ବିଭଗ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ସଂଯୋଜନା କରିଥିଲେ  ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ  ବିଭାଗର ସହାୟକ ପ୍ରଫେସର୍ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ରାଜ୍ୟ ସହ ସମ୍ପାଦକ ଡ ପ୍ରିୟଦର୍ଶୀ କର।ବିବେକାନନ୍ଦ ଯୁବସଂସଦ ପରିଚାଳନା ସମିତିର ସଙ୍ଗମ ଦଳର ଅହଲ୍ୟା ଗୋଚ୍ଛାୟତ,ସନ୍ଦିପ କୁମାର ପଣ୍ତା ଏବଂ ଦିଲେଶ୍ୱର ବାରିକ ସଭା ପରିଚାଳନା କରିଥିଲେ । ଶେଷରେ ଦକ୍ଷିଣ ସମ୍ଭଗର ସଂଯୋଜକ ତଥା ଅଧ୍ୟାପକ ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ରବିବାର ଜୀବନରେ କାହାଣୀ ଏବଂ କାହାଣୀରେ ଜୀବନ ବିଷୟରେ ୱେବିନାର୍ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment