ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ  ପକ୍ଷରୁ ୫ମ ଅନ୍ ଲାଇନ୍  ଇ-ପାଠ୍ୟଚକ୍ର: କୁମାର ଭାଇ ଓ ଶୋଭନୀୟ ଶିକ୍ଷା

Spread the love
 ଭୁବନେଶ୍ୱର, ୧୨/୦୭ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ  ପକ୍ଷରୁ ୫ମ ଅନ୍ ଲାଇନ୍  ଇ-ପାଠ୍ୟଚକ୍ର ହେଇଯାଇଅଛି । ଏଥିରେ ଆନ୍ତର୍ଜାତୀୟ ଶୋଭନୀୟତା  ଏବଂ ଗବେଷଣା ବିଦ୍ୟାଳୟ,ନୂଆଦିଲ୍ଲୀ ର ଅଧ୍ୟକ୍ଷା ଗୁରୁମା ଅରୁନ୍ଧତୀ ଦେବୀ ଯୋଗଦେଇ କୁମାର ଭାଇ ଏବଂ ଶୋଭନୀୟ ଶିକ୍ଷା ପଦ୍ଧତି ଉପରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।ସମାଜର ସୁରକ୍ଷା,ଶାନ୍ତି ଏବଂ ମଙ୍ଗଳମୟ ପରିବର୍ତ୍ତନ ଆଣିବା ସହ ଜାଗରଣ ସୃଷ୍ଟି କରିବାରେ ଶୋଭନୀୟ ଆନ୍ଦୋଳନ କିଭଳି ସହାୟକ ହେଉଛି ସେହିସମ୍ପର୍କରେ ଗୁରୁମାଁ ଅରୁନ୍ଧତି ଦେବୀ ଉଦ୍ ବୋଧନ ଦେଇଥିଲେ ।ଭାରତର ବିଭିନ୍ନ ପ୍ରାନ୍ତରୁ ଯୁବପିଢିଗଣ ଏଥିରେ ଯୋଗଦେଇ ନିଜର ଜିଜ୍ଞାସା ଗୁଡିକର ସମାଧାନ କରେଇଥିଲେ । ଏଥିରେ ବିବେକାନନ୍ଦ ଯୁବ ସଂସଦ ,ନର୍ମଦା  ଗ୍ରୁପ୍ ର ସଦସ୍ୟଗଣ ସଭା ପରିଚାଳନା କରିଥିବା ସ୍ଥଳେ ରାଜ୍ୟ ଆବାହକ ଅଧ୍ୟାପକ ବିନାୟକ ଘୋଷ ସଭା ସଂଯୋଜନା  କରିଥିଲେ। ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଶ୍ରୀରୂପ ଗୋସ୍ୱାମୀ ପୌରହିତ୍ୟ  କରିଥିବା ସ୍ଥଳେ ଶିକ୍ଷାବିତ୍ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।

Related Posts

About The Author

Add Comment