ଭୁବନେଶ୍ୱର, ୦୬/୦୯/୨୦ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦଙ୍କ ଉଦାରବାଦିତାର ପୁନଃରୁଦ୍ଧାର ଶୀର୍ଷକ ୱେବିନାର୍ ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ ରେବେନ୍ସା ବିଶ୍ୱବିଦ୍ୟାଳର ଇତିହାସ ବିଭାଗର ଅଧ୍ୟାପକ ପ୍ରଫେସର୍ ପ୍ରିୟଦର୍ଶୀ କର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଭିନ୍ନ ଧର୍ମ, ଶ୍ରେଣୀ ଏବଂ ଗୋଷ୍ଠି ମଧ୍ୟରେ ବିବେକାନନ୍ଦଙ୍କ ଉଦାରବାଦିତାର ବାର୍ତ୍ତା ସୀମିତ ନରହି ସମସ୍ତ ବ୍ରହ୍ମାଣ୍ତର ପ୍ରତ୍ୟେକ ସୃଜନ ମଧ୍ୟରେ କିଭଳି ପ୍ରତିଫଳିତ ତାହା ସୂଚାଇଥିଲେ । ଜଣେ ବୈଶ୍ୱୀକ ନାଗରିକ ଭାବେ ସ୍ୱାମୀଜିଙ୍କ ସନ୍ଦେଶ ଗୁଡିକ ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏହି ସଭାରେ ସଂସଦର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ପୌରହିତ୍ୟ କରିଥିବା ସ୍ଥଳେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁବପିଢିଗଣ ଏଥିରେ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରାଇଥିଲେ । ପ୍ରାରମ୍ଭରେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତିର ବୈତରରଣୀ ଦଳର ସଂଯୋଜିକା ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ନର୍ମଦା ଦଳର ସଂଯୋଜିକା ସ୍ୱୟଂଶ୍ରୀ ବାରିକ ସଂଯୋଜନା ତଥା ଉକ୍ତ ଦଳର ଶ୍ରୀ ଲିଟୁ ସାହୁ ଏବଂ ସୁଶ୍ରୀ ଅଭିପ୍ସା ମିଶ୍ର ସଭା ପରିଚାଳନା କରିଥିଲେ । ସଂସଦର ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସହ ସଂଯୋଜିକା ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ଭଞ୍ଜ ସାହିତ୍ୟରେ ଜୀବନ ଚିନ୍ତା ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚିତ କରିଥିଲେ।
ସ୍ୱାମୀ ବିବେକାନନ୍ଦଙ୍କ ଉଦାରବାଦିତାର ପୁନଃରୁଦ୍ଧାର ଶୀର୍ଷକ ୱେବିନାର୍ ଆୟୋଜିତ
|
September 6, 2020 |