ନୂଆଦିଲ୍ଲୀ, ୧୯/୦୫ (ସନ୍ଧାନ ନିଉଜ): ବିବାହ ଏକ ପବିତ୍ର ବନ୍ଧନ ହୋଇଥିବାବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱାସ ଦ୍ୱାରା ଏହି ବନ୍ଧନ ଅଧିକ ସୁଦୃଢ଼ ହୋଇଥାଏ । ତେବେ ସମ୍ପର୍କରେ ଯଦି ବିଶ୍ୱାସଘାତକତା ସୃଷ୍ଟି ହୁଏ ସେତେବେଳେ ଅବିଶ୍ୱାସ ବୃଦ୍ଧି ପାଇଥାଏ । ଏହାର ପରିଣତି ଘାତକ ହୋଇଥାଏ । ସମ୍ପର୍କରେ ବିଶ୍ୱାସଘାତକତାର ଆଉ ପରକୀୟା ପ୍ରିତି କେତେ ଘାତକ ହୋଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ପରକୀୟ ପ୍ରିତି ପାଇଁ ଜଣେ ସ୍ତ୍ରୀ ଓ ତାର ପ୍ରେମିକ ସହମ ମିଶି ନିଜ ସ୍ୱାମୀଙ୍କୁ ମଧ୍ୟ ମାରିବାକୁ ପଛାଇ ନାହିଁ । ଦିଲ୍ଲୀର ଜେଲରାଲା ବାଗ ଅଂଚଳରେ ୧-୨ମେରେ ଏହି ଘଟଣା ଘଟିଥିବା ପୁଲିସ ଜାଣିବାକୁ ପାଇଛି । ପରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ତ୍ରୀ ଓ ତାର ପ୍ରେମିକକୁ ପୁଲିସ୍ ଗିରଫ କରିଛି ।
ପୁଲିସ୍ ସେମାନଙ୍କୁ ଗିରଫ କରି ଏ ସମ୍ପର୍କରେ ପଚର ଉଚରା କରିବା ପରେ ସେମାନେ ନିଜର ଦୋଷ ସ୍ୱିକାର କରିନେଇଛନ୍ତି । ପ୍ରଥମେ ମହିଳା ଜଣଙ୍କ ପୁଲିସକୁ କହିଥିଲେ କି ତାଙ୍କ ସ୍ୱାମୀଙ୍କର ସ୍ୱାଭାବିକ ମୃତ୍ୟୁ ଘଟିଛି । ମାତ୍ର ମହିଳାଙ୍କ କଥାରେ ପୁଲିସକୁ ସନ୍ଦେହ ହେବାରୁ ମୃତକଙ୍କର ପୋଷ୍ଟମୋର୍ଟମ କରାଇଥିଲା । ତେବେ ପୋଷ୍ଟମୋର୍ଟମ ରିପୋର୍ଟରେ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଥିଲା । ମରିଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ ଏକ ଦୋକାନ କରିଥିବାବେଳେ ତାଙ୍କ ଘର ଓଡ଼ିଶାରେ ବୋଲି ପୁଲିସ୍ କହିଛି ।