ସ୍ୱାଭାବିକ ହେଉଛି ଜମ୍ମୁକାଶ୍ମୀର ସ୍ଥିତି, ଖୋଲିଲା ସ୍କୁଲ

Spread the love

ଶ୍ରୀନଗର, ୧୯/୮ (ସନ୍ଧାନ ନିଉଜ) : ଜମ୍ମୁକାଶ୍ମୀର ପ୍ରଶାସନର ଘୋଷଣା ପରେ ଆଜି ସ୍କୁଲ ଖୋଲିଛି | ୧୪ ଦିନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ତେବେ ସ୍କୁଲ ପରିସରରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି | ସେହିପରି କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଜମ୍ମୁକାଶ୍ମୀର ଗୃହ ବିଭାଗ ପକ୍ଷରୁ କୁହାଯାଇଛି | ଏହା ସହ ବନ୍ଦ ରହିଥିବା କଲେଜ କିଭଳି ଖୋଲାଯିବ ସେ ନେଇ ବ୍ୟବସ୍ଥା କରାଯାଉଥିବାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି | ଯେତେଦିନ ଧରି କଲେଜ ବନ୍ଦ ରହିଥିବା ଅତିରିକ୍ତ କ୍ଲାସ କରି ଶିକ୍ଷାଦାନକୁ ପୁରାଣ କରାଯିବ ବୋଲି ଗୃହ ବିଭାଗ କହିଛି |

ଏଠାରେ ସୂଚନା ଥାଉ କି ସୋମବାର ଦିନ ଶ୍ରୀନଗରରେ ୧୯୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବ ବୋଲି ରବିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ଘୋଷଣା କରିଥିଲା | ଯୋଜନା ଓ ବିକାଶର ପ୍ରମୁଖ ସଚିବ ରୋହିତ କାନ୍‌ସଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କେବଳ ଶ୍ରୀନଗର ଜିଲ୍ଲାରେ ୧୯୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବାକୁ ଯୋଜନା କରାଯାଇଛି।

କାନ୍‌ସଲ୍‌ କହିଥିଲେ ଯେ ଶନିବାର ଦିନ ୩୫ ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଥିବା ବେଳେ ରବିବାର ଦିନ ୫୦ଟି ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଛି। ଏହି କୋଳହଳର ସମୟ ସୀମା ୬ ଘଣ୍ଟାରୁ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି।

Related Posts

About The Author

Add Comment