ସ୍ୱାଧୀନତା ଦିବସରେ ରୋଟାରୀ ଓ ଇନରହୁଇଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଧର୍ମଶାଳା, ୧୬/୮ (ସନ୍ଧନ ନିଉଜ) : ଜାରକା ରୋଟାରୀ କ୍ଲବ ଓ ଜାରକା ଇନରହୁଇଲ କ୍ଳବ ଆନୁକୂଲ୍ୟରେ ସ୍ୱାଧୀନତା ଦିବସ ଅବସରରେ ଜାରକା ହାଇସ୍କୁଲ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୮୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ଯାଜପୁର ଜିଳ୍ଲା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ବିଜୟ କୁମାର ଶତପଥୀ ଉଦ୍ଘାଟନ କରିଥିଲେ । ରୋଟାରୀ କ୍ଲବ ସଭାପତି ଅଜାମ୍ବର ସାହୁ, ସଂପାଦକ ହରିହର ପଣ୍ଡା, ରକ୍ତଦାନ ଶିବିର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ବରାଳ, ଇନରହୁଇଲ ସଭାନେତ୍ରୀ କଳ୍ପନା ପରିଡା, ସମ୍ପଦୀକା ଲୋପାମୁଦ୍ରା ଷଣ୍ଡ, ପୂର୍ବତନ ସଭାନେତ୍ରୀ ମିନତୀ ସାହୁ, ସମାଗସେବିକା ତଥା ଶିକ୍ଷା ସଂଯୋଜିକା ମାଧୁରୀ ଶତପଥୀ, ରୋଟାରୀଆନ୍ ବିନୋଦ ପରିଡା,ଜୟ ପ୍ରକାଶ ତ୍ରିପାଠୀ, ନିରଞ୍ଜନ ପାଣିଗ୍ରାହୀ, କଳ୍ପନା ନାୟକ, ରୋଜାଲିନ ବରାଳ, ଶକୁନ୍ତଳା ମହାନ୍ତି,ଅଜାମ୍ବର ସାହୁ,ଚନ୍ଦନ ନାୟକ,ଉମେଶ କୁମାର ଜେନା, ରଶ୍ମିରଞ୍ଜନ ରାୟ, ଅମୂଲ୍ୟ ମହାରଣା, ରବିନାରାୟଣ ସାହୁ, ଇନ୍ଦ୍ରମଣି ନାୟକ, ଅଜନ୍ତା ପାଣିଗ୍ରାହୀ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । କଟକ ସେଣ୍ଟ୍ରାଲ ବ୍ଲଡ ବ୍ୟାଙ୍କ ପକ୍ଷରୁ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଶତପଥୀ ଓ ତାଙ୍କ ସାଥୀମାନେ ରକ୍ତ ସଂଗ୍ରହ କରିଥିଲେ । ପ୍ରଧାନ ଶିକ୍ଷକ ବିରବର ବେହେରା ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ ।

Related Posts

About The Author

Add Comment