ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ନିର୍ମାଣ ହେଲାନି ଅସ୍ତପୁରା-ଖୁଷ୍ଠାପୁର ଗ୍ରାମ୍ୟରାସ୍ତା

Spread the love

ବେତନଟୀ, ୧୧/୧୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ନେତା ପରେ ନେତା ବଦଳୁଛନ୍ତି, କେତେବେଳେ ଶାସକଦଳ କେତେବେଳେ ବିରୋଧୂଦଳ ବିଧାୟକଭାବେ, ୫ ବର୍ଷନିମନ୍ତେ ନିର୍ବାଚିତ ହୋଇ ଆସୁଛନ୍ତି । ମାତ୍ର ସେଭଳି ଆଖୁଦୃଶିଆ କାର୍ଯ୍ୟ କରିବାରେ ଅସଫଳ ହେଉଛନ୍ତି । ନିଜ ପାଣ୍ଡି ବ୍ୟତିତ ଅନ୍ୟ କେଉଁ ମାର୍ଗରେ ଅନୁଦାନ ଆଣି ନିଜ ଅଞ୍ଚଳର ଉନ୍ନୟନକାର୍ଯ୍ୟ କରିହେବ ସେଠୁ ନିମନ୍ତେ ଦୃଷ୍ଟି ନଦେବାରୁ ବେତନଟୀବ୍ଳକରେ ଏବେ ମଧ୍ୟ ଅଦ୍ଧାଧୂକ ଗ୍ରାମର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିବା ଫଳରେ ସମ୍ପୃକ୍ତ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ୱାର୍ଡ ସଭ୍ୟ ଠାରୁ ଆରମ୍ଭକରି ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ପଡୁନାହିଁ କେମିତି ବୋଲି ବେତନଟୀ ବ୍ଲକର ‘ରଘୁପୁର ପଞ୍ଚାୟତର ଖୁଣ୍ଟାପୁର: ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ଭବିଭାଗ ରାସ୍ତାର ଅସ୍ତପୁର ଛକ ନିକଟରୁ ଖୁଣ୍ଟାପୁର ଗ୍ରାମ ଅତିକ୍ରମ କରି ପଣସିଆ-ଅଁଳା ଗ୍ରାମ ଉନ୍ନୟନ ରାସ୍ତା ସହିତ ମିଶିଥିବା ଖୁଣ୍ଟାପୁରଗ୍ରାମ ରାସ୍ତାର ଅବସ୍ଥା କିଭଳି ରହିଛି ତାହା କୌଣସି ନେତାଙ୍କ ଦୃଷ୍ଟିରେ ପଡୁନାହିଁ କିମ୍ବା ଗ୍ରାମରେ ଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ରାସ୍ତା ସମ୍ପର୍କରେ ସଠିକ ଉପସ୍ଥାପନା କରିନପାରିବାରୁ ସେମାନେ ୩୦ବର୍ଷରୁ ଉଦ୍ଧହେବ ବିପଦ ପୁର୍ଣ୍ଣ ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । କୋମଳମତି ପିଲାଙ୍କ ଠାରୁ ଆରମ୍ଭକରି ବୃଦ୍ଧ ବୃଦ୍ଧା ଏହି ରାସ୍ତାରେ ଯିବା ଆସିବା କରିବା ସହିତ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନା ବୁହାହୋଇ ଯାଉଥିବାର ଅନେକ ନଜିର ରହିଥିଲେ ମଧ୍ୟ କୁଜିନେତାଙ୍କ ଠାରୁ ଆରମ୍ଭକରି ବନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି । ପ୍ରକାଶଥାଉକି ଖୁଣ୍ଟାପୁର ଗ୍ରାମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଅନେକ ସରକାରୀ ଅନୁଷ୍ଠାନ ରହିଥିବାବେଳେ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ପଦାଧୂରୀ ଆସିବା ସହିତ ନେତାମାନେ ମଧ୍ୟ ଏହି ଗ୍ରାମକୁ ପ୍ରାଧାନ୍ୟ ଦେଇଥାନ୍ତି ତଥାପି ଏହି ଗ୍ରାମର ଅବାସୀ ସେହିଭଳି ଅନ୍ଧକାର ମଧ୍ୟରେ ରହିଛନ୍ତି । ୧୯୯୦- ୯୫ ମସିହାରେ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକଭାବେ ଅନନ୍ତ ମାଝା ନିର୍ବାଚିତ ହୋଇଥିବାବେଳେ ଏହି ରାସ୍ତାକୁ ଗ୍ରାମଯୋଗୀ କରଣରାସ୍ତାରେ ପରିଣତକରି ସରକାରୀ ଅନୁଦାନରେ ରାସ୍ତା ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜରୀ କରାଇଲେ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହି ରାସ୍ତା ବୈଶିଙ୍ଗା ନିର୍ବାଚନମଣ୍ଡଳୀର ତତ୍କାଳୀନ ବିଧାୟକ ପୃଥ କିସ୍କୁଙ୍କ ସମୟରେ ନିର୍ମାଣ ହୋଇଥୁଲା । ଏହି ମଧ୍ୟରେ ୨୫ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ କେତେ ନେତା ବିଧାୟକ ଗଲେଣି, ନିର୍ବାଚନ ମଣ୍ଡଳୀ ବଦଳି ଗଲାଣି ତଥାପି ଉକ୍ତ ଗ୍ରାମର ରୁପରେଖୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବଦଳିପାରିଲାନାହିଁ । ଏହି ରାସ୍ତାକୁ ଗାମଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଭୁକ୍ତ କରିବା ନିମନ୍ତେ ବରିଷ୍ଠ ଶିକ୍ଷାବିତ ତଥା ସାମ୍ବାଦିକ ସଞ୍ଜୟ ମିଶ ଦାବି କରିଛନ୍ତି ।

Related Posts

About The Author

Add Comment