ଯାଜପୁର ସଦର,୨୪/୧୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ କଳାମାଟିଆ ପଂଚାୟତ ଉପରକାଇପଡ଼ା ପଂଚାୟତ ଦଧିଜୀ ସାହୁଙ୍କର ସତାୟୁଙ୍କର ପରଲୋକ ଘଟିଚି । ଦିର୍ଘ ଦିନ ହେଲା ଦଧିଜୀ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ରହିଥିବା ବେଳେ, ହଟାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକମାନେ ତାଙ୍କୁ ଇନ୍ଦୁପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଶ୍ରୀ ସାହୁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଗତକାଲି ସଂଧ୍ୟ୍ୟାରେ ଶ୍ରୀ ସାହୁଙ୍କର ମୃତ୍ୟୁ ଘଟିଥିଲା । ଶୋକାକୁଳ ପରିବେଶରେ ଉପରକାଇପଡ଼ା ଗ୍ରାମକୁ ତାଙ୍କ ଶବକୁ ଅଣାଯାଇଥିଲା । ଶ୍ରୀ ସାହୁ ୧୯୨୪ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଉପର କାଇପଡ଼ାରେ ଜନ୍ମଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସ୍ୱାଧିନତା ସଂଗ୍ରାମରେ ବରୀରେ ଶତାଧିକ ଦେଶପ୍ରେମୀ ସ୍ୱାଧିନତା ସଂଗ୍ରାମରେ ଯୋଗଦେଇଥିବା ବେଳେ, କାଇପଡ଼ାରେ ଗୁଳିକାଣ୍ଡ ଘଟିଥିବା ବଳେ, ଶ୍ରୀ ସାହୁ ସେଠାରେ ଉପସ୍ଥିତ ଥିଲେ । ମହାତ୍ମାଗାନ୍ଧୀ ବରୀ ଆସିଥିବା ସମୟରେ ପଦଯାତ୍ରାରେ ଶ୍ରୀ ଦଧିଜୀ ସାହୁ ଯୋଗ ଦେଇଥିଲେ । ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ ଭାବେ ବେଶ ପରିଚିତ ଥିଲେ । ସ୍ୱର୍ଗତ ଦଧିଜୀ ସାହୁ ରାଷ୍ଟ୍ରପତିଙ୍କ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଦଧିଜୀ ସାହୁଙ୍କ ମୃତ୍ୟୁ ଘଟଣା ଶୁଣି ବରୀ ଅଞ୍ଚଳରେ ବହୁ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ପ୍ରଶାସନ ଅଧିକାରୀ, ବରୀ ତହସିଲଦାର ମାନସ ରଂଜନ ଭୋଇ ତାଙ୍କ ବାସ ଭବନରେ ପହଁଞ୍ôଚ ଶ୍ରୀ ସାହୁଙ୍କର ମର ଶରୀରରେ ପୁଷ୍ପମାଲ୍ୟ ଦେବା ସହିତ ଶେଷ ଦର୍ଶନ କରିଥିଲେ । ଶ୍ରୀ ସାହୁଙ୍କ ମୃତ୍ୟୁଖବର ପାଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂରାଠୋର, ବରୀ ବିଡ଼ିଓ ସିବାନନ୍ଦ ସ୍ୱାଇଁ ଗଭିର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ବହୁ ରାଜନୈତିକ ନେତାମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱାଧିନତା ସଂଗ୍ରାମୀ ଦଧିଜୀ ସାହୁଙ୍କର ପରଲୋକ
|
November 24, 2021 |