ଯାଜପୁର, ୩୦/୧୦/୨୦୨୧ (ସନ୍ଧାନ ନିଉଜ) : ସଞ୍ଚୟ ଏକ ଭଲ ଅଭ୍ୟାସ । ଚ୍ଥୋଟ ଚ୍ଥୋଟ ସଞ୍ଚୟ ବଡ ବଡ କାମରେ ବେଶ୍ ସହାୟକ ହୋଇଥାଏ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ଅବସରରେ ଯାଜପୁର ଜିଲ୍ଳ୍ା ପ୍ରଶାସନ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ଏକ ସଞ୍ଚୟ ରଥ ଶନିବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରେ ଉଦ୍ଘାଟିତ ହୋଇଥିଲା । ଏହାକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ବିନ୍ଦୁ ବିନ୍ଦୁ ଜଳରୁ ସିନ୍ଧୁ ହେଲା ପରି ପିଲା ବେଳୁ ସଞ୍ଚୟ ମନୋବୃତ୍ତିକୁ ପ୍ରୋସôାହିତ କରିବା ଉଦେ୍ଦଶ୍ୟରେ ଏହି ସଞ୍ଚୟ ରଥର ପରିକଳ୍ପନା ସରକାର କରିଚ୍ଥନ୍ତି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ସଞ୍ଚୟ ପ୍ରତି ଆନ୍ତରିକତା ଦେଖାଇଲେ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସ୍ୱଳ୍ପ ସଞ୍ଚୟର ଲକ୍ଷ୍ୟ ଉଦେ୍ଦଶ୍ୟରେ ଆଲୋକପାତ କରିଥିଲେ । ପରେ ଏହି ରଥ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ଯାତ୍ରା ଆରମ୍ଭ କରିଥିଲା ।
ସ୍ୱଳ୍ପ ସଞ୍ଚୟ ରଥ ଉଦ୍ଘାଟିତ
|
October 31, 2021 |