ସ୍ୱର୍ଗତ ଲକ୍ଷ୍ମୀଧର ତରାଇଙ୍କୁ ଶ୍ରଦ୍ଧାଜଂଳି

Spread the love

ରାଉରକେଲା, ୫/୦୮/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସ୍ଥିତ ଆଇଡ଼ିଏଲ କାରଖାନାର ଆଇଡ଼ିଏଲ ମଜଦୁର ସଭା ପକ୍ଷରୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପିତା ସ୍ୱର୍ଗତ ଲକ୍ଷ୍ମୀଧର ତରାଇଙ୍କ ସ୍ମୃତିରେ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଛି । ଆଇଡ଼ିଏଲ ମଜଦୁର ସଭା କାର୍ଯ୍ୟାଳୟରେ ଶ୍ରମିକ ନେତା ସିଦ୍ଧେଶ୍ୱର ବଳଙ୍କ ସଭାପତିତ୍ୱରେ ଏକ ଶୋକ ସଭାର ଆୟୋଜନ କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ନାୟକ, ବିଜୟ ନାୟକ, ପ୍ରଶାନ୍ତ ସାମନ୍ତରାୟ, ରବି ବିଶ୍ୱାଳ, ସୁର ବେହୁରା, ବିଶ୍ୱନାଥ ନାୟକ, ସୁନ୍ଦର ହାସଁଦା, ବାସନ୍ତି ବାସ୍‌କେ, କୁଷୁ ସୋରେନଙ୍କ ସହ ଅନ୍ୟ ଅବସରପ୍ରାପ୍ତ ଶ୍ରମିକ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment