ଯାଜପୁର ସଦର, ୦୩/୦୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅରାବଳ ପଞ୍ଚାୟତର ଅରାବଳ ଗ୍ରାମର ସ୍ୱର୍ଗତ ରାଇଚରଣ ସାମଲଙ୍କର ପ୍ରତିମୃର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତି୍ରକା ପ୍ରକାଶ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ସକାଳ ୮ ଘଟିକାରେ ଶ୍ରୀଯୁକ୍ତ ସାମଲଙ୍କର ବାସଭବନରେ ଗୀତା ପରାୟଣ ପାଠନ କରାଯାଇଥଲା । ମଧ୍ୟ୍ୟାନ ୧୧ ଘଟିକାରେ ଶ୍ରାଦ୍ଧତର୍ପଣ ପିଣ୍ଡଦାନ କରାଯାଇଥିଲା ଓ ସମୟ ୧ ଘଟିକାରେ ଆନନ୍ଦ ବଜାର ପ୍ରସାଦ ସେବନ କରାଯାଇଥିଲା । ଅପରାହ୍ନ ୩ ଘଟିକାରେ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୃର୍ତ୍ତି ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବିଲାବଣ୍ୟ ଦାସ ମୂଖ୍ୟଅତିଥି ଓ ସଭାରେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ଧିରେନ୍ଦ୍ର ବଳିଆର ସିଂହ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ଉଦୟଗିରି ଶୋଭନିୟା ଶିକ୍ଷା ଆଶ୍ରମର ମାନନୀୟା ରୁକ୍ମଣୀ ଦେବୀ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ଭାଗ୍ୟଧର ସାହୁ ଓ ବ୍ରହ୍ମବରଦା +୩ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ମହେଶ୍ୱର ପାଢ଼ୀ, ମଝିପଡ଼ା ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ବଳ ଓଡ଼ିଶା ସରକାରଙ୍କର ଅବସର ପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମାଉତୁ ଓ ସାଉଡ଼ିଆ ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦାମୋଦର ନାୟକ ଓ ବରପଦା ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ସାମଲ ଓ ପୋବଳ ତରଞ୍ଜିଆ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ଶ୍ରୀଯୁକ୍ତ ମହେଶ୍ୱର ଜେନାସାମନ୍ତ ଓ ଉଦୟବଟ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ମୋହ ଚରଣ ସାମଲ ଓ ମାଳିକା ପ୍ରବଚକ ଶିକ୍ଷକ ଶ୍ରୀଯୁକ୍ତ ବିଭୁତିଭୁଷଣ ପାଳ ଓ କେଉଁଝର ବିଦ୍ୟାଳୟ ଶିକ୍ଷକ ଶ୍ରୀଯୁକ୍ତ ଯଜାତି କିଶୋର ଜେନା ଓ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଧର୍ମଶାଳାର ପୂର୍ବତନ ବିଧାୟକ କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, ଅରାବଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସାମଲ, ସମିତି ସଭ୍ୟ ଶ୍ରୀଯୁକ୍ତ ମହେଶ୍ୱର ଭୋଇ, ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ସାମଲ, ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାମଲ, ଶ୍ରୀଯୁକ୍ତ ବିଜୟ କୁମାର ସାମଲ, ବିନୋଦ ବିହାରୀ ସାମଲ, ଜନକ ଗ୍ରାମର ସମାଜ ସେବୀ ଓ ସାମ୍ବାଦିକ ଶ୍ରୀଯୁକ୍ତ ରତୀକାନ୍ତ ଜେନା, ସମାଜ ସେବୀ ଶ୍ରୀଯୁକ୍ତ ଅଧିର କୁମାର ଜେନା, ଶ୍ରୀଯୁକ୍ତ ମନୋରଞ୍ଜନ ଜେନା, ଅରାବଳ ଗ୍ରାମ ବସିଆନ ସମାଜ ସେବୀ ଶ୍ରୀଯୁକ୍ତ ଚକ୍ରଧର ପାଳ, ନିରଞ୍ଜନ ସାମଲ, କାର୍ତ୍ତିକ ଚନ୍ଦ୍ର ସାମଲ, ବିଶିଷ୍ଟ ଅମିନ ସାନବାଲିକୁଦା ଶ୍ରୀଯୁକ୍ତ ଗିରିଧାରି ଜେନା, ହରିପୁର ଗ୍ରାମର ସାମାଜ ସେବୀ ଶ୍ରୀଯୁକ୍ତ ନିଳମଣୀ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ଜ୍ୱାଇଁ ଶ୍ରୀ ପୁରସ୍ତମ ଜେନା, ପରିବାରର ତରଫରୁ ପୁତ୍ର ଅନନ୍ତ, ଅସୁତ, ଅକ୍ଷୟ, ଅଜୟ, ଅଭୟ ଓଗେରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ସଭାସ୍ଥଳିରେ ୧୦ ଜଣଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଗତଃ ସାମଲଙ୍କ ସାନଭାଇ ସାଧୁବାବା ଶ୍ରୀଯୁକ୍ତ ନନ୍ଦକିଶୋର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅରବାଳ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ମହେଶ୍ୱର ଭୋଇ, ପୂର୍ବତନ ସରପଞ୍ଚ ବିଜୟ ସାମଲ ଯୋଗଦାନ କରିଥିଲେ ଓ ତାଙ୍କ ପରିବାର ତରଫରୁ ସାଧୁବାବା ମହିମା ଧର୍ମର ପ୍ରଚାରକ ଶ୍ରୀଯୁକ୍ତ ନନ୍ଦକିଶୋର ସାମଲ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ତ୍ତିକ ସାମଲ, ଉପନି ସାମଲ, ବାଇଧର ସାମଲ, ମକର ବିଶ୍ୱାଳ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ସଭାସ୍ଥଳୀକୁ ପାଛୋଟି ନେଇଥିଲେ । ସକାଳ ୮ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଗୀତା ପାଠନ କରାଯାଇଥିଲା । ସଂନ୍ଧ୍ୟା ୮ଟାରେ ପ୍ରତିମୃର୍ତ୍ତି ପାଖରେ ଭଜନ ଜଣାଣ ଓ ନାମ ସଂକିର୍ତ୍ତନ କରାଯାଇଥିଲା ଓ ପରିବାର ବର୍ଗ ଭାଈ ଆଖପାଖ ମାନ୍ୟଗଣ ବ୍ୟକ୍ତି ଯୋଗଦାନ କରିଥିଲେ । ପରିବାର ବର୍ଗର ପୁତ୍ର ବଧୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ ।