ଯାଜପୁର, ୨୫/୦୭/୨୦୨୨ (ସନ୍ଧାନ ନିଉଜ) ବିଶିଷ୍ଟ ଜନନାୟକ ତଥା ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ୰କଳ୍ପତରୁ ଦାସଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆଜି ଅପରାହ୍ନ ୪ଘଟିକା ସମୟରେ କଳ୍ପତରୁ ଦାସ ଷ୍ଟାଡିୟମ୍ ଜାରକା ଠାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଜଳଧର ମହାନ୍ତି ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିଧାୟକ ବଡଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାସଂଦ ଯାଜପୁର ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଧର୍ମଶାଳା ପଞ୍ଚାୟତ ସମିିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ବଡଚଣା ବିଜୁ ଜନତା ଦଳ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯୋଗଦେଇଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ମହାସଚିବ ଡ. ପ୍ରିୟନାଥ ମହାପାତ୍ର, ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା, ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୩୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମମତା ଖୁଣ୍ଟିଆ, ୩୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶଶୀରେଖା ପୃଷ୍ଟି, ଯୁବ ସଭାପତି କ୍ଷିତୀଶ କୁମାର ନାୟକ, ବ୍ଲକ୍ ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଜିଲ୍ଲା ଛାତ୍ର ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ, ଗାର୍ଲସ ୱିଙ୍ଗ୍ ସଭାପତି କ୍ଷିରାବ୍ଧୀ ତନୟା ମଲ୍ଲିକ୍, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ, ନିର୍ବାଚନ ମଣ୍ଡଳୀ ମହିଳା ସଭାପତି ରେଣୁବାଳା ଶତପଥୀ, ମହିଳା ବ୍ଲକ୍ ସଭାପତି ବିଶ୍ୱବନ୍ଦନା ଜେନା, ରାଜ୍ୟ ମହିଳା ସାଧାରଣ ସମ୍ପାଦକ ମମତା ଦଣ୍ଡପାଟ, ଜୋନ ସଂଯୋଜକ ଉତ୍କଳମଣୀ ଦାସ, ନିରଞ୍ଜନ ରାଉତ, ବିକାଶ ଦାସ, ପ୍ରହଲ୍ଲାଦ ଲେଙ୍କା, ଦୁଶାସନ ସାହୁ, ମଦନ ମୋହନ ନାୟକ, ଅମରେନ୍ଦ୍ର ରାୟ, ପିତାମ୍ବର ନାୟକ, ବିକ୍ରମ ବିଶ୍ୱାଳ, ଚନ୍ଦ୍ରଶେଖର ସ୍ୱାଇଁ, ଲୋକନାଥ ପଣ୍ଡା, ବିମ୍ବାଧର ବିଶ୍ୱାଳ, ଶେଖ୍ ମୋଇଉଦ୍ଦିନ, ସନ୍ତୋଷ କୁମାର ଜେନା ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ଶାଖା ଯଥା- ଯୁବ, ଛାତ୍ର, ମହିଳା ଏବଂ ଗାର୍ଲସ ୱିଙ୍ଗ୍ ଉପସ୍ଥିତ ଥିଲେ ।