ସ୍ଵାମୀକୁ ରାସ୍ତାରୁ ହଟାଇଲା ସ୍ତ୍ରୀ !

Spread the love

ନୂଆଦିଲ୍ଲୀ ୧୪/୧/୨୦୨୦ (ସନ୍ଧାନ ନିଉଜ) : ପ୍ରେମ କିପରି ଜଣେ ବିବାହିତା ମହିଳାଙ୍କୁ ସ୍ଵାମୀ ହତ୍ୟାକାରୀ ସଜାଇଦିଏ ତାହାର ଉଦାହରଣ ଦ୍ଵାରକା ସେକ୍ଟର-୧୪ ଅଞ୍ଚଳରେ ଦେଖିବାକୁ ମିଳିଛି। ସୁନ୍ଦର ନଗରୀ ନିବାସୀ ମହମ୍ମଦ ଦିଲଶାଦଙ୍କ ହତ୍ୟାର ଗୁମର ଖୋଲିଛି ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ୍। ଏହି ମାମଲାରେ ମୃତକଙ୍କ ପତ୍ନୀ ବିଲକିସ ଓ ପ୍ରେମିକ ସାବିରକୁ ଗିରଫ କରାଯାଇଛି।

କ୍ରାଇମ୍ ବାଞ୍ଚ୍ ଡିସିପି ରାଜେଶ ଦେବଙ୍କ ସୂଚନା ହେଲା ଡିସେମ୍ବର ୨୯ ତାରିଖରେ ସୁନ୍ଦର ନଗରୀ ନିବାସୀ ମହିଳା ବିଳକିସ ନନ୍ଦ ନଗରୀ ଥାନାରେ ସ୍ଵାମୀ ମହମ୍ମଦ ଦିଲଶାଦଙ୍କ ନିଖୋଜ ରିପୋର୍ଟ ରୁଜୁ କରାଇଥିଲା। ସ୍ଥାନୀୟ ପୋଲିସ ସହିତ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତଙ୍କ ଯାଞ୍ଚ କରିଥିଲେ। ସେତେବେଳେ କ୍ରାଇମ ବ୍ରାଞ୍ଚକୁ ଜାଣିବାକୁ ମିଳିଥିଲା ମହମ୍ମଦ ଦିଲଶାଦଙ୍କର ହତ୍ୟା ତାଙ୍କ ପତ୍ନୀ ଓ ପ୍ରେମିକ ମିଶି କରିଛନ୍ତି। ପୋଲିସ ଏହି ମାମଲାରେ ଜାନୁଆରୀ ୯ ତାରିଖରେ ପଞ୍ଚକୁଇୟା ରୋଡ ନିବାସୀ ସାବିର ଅଲ୍ଲୀକୁ ଗିରଫ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତ କହିଥିଲା ସେ ମହମ୍ମଦ ଦିଲଶାଦଙ୍କ ପତ୍ନୀ ବିଲକିସଙ୍କୁ ଗତ ୭ ବର୍ଷ ହେଲାଣି ଭଲ ପାଉଛନ୍ତି। ପ୍ରଥମେ ଦିଲଶାଦ ପଞ୍ଚକୁଇୟାରେ ପରିବାର ସହିତ ରହିଥିଲେ। ସ୍ଵାମୀ ପତ୍ନୀଙ୍କ ବିଷୟରେ ଜାଣିବା ପରେ ସୁନ୍ଦର ନଗର ଅଞ୍ଚଳକୁ ପଳାଇଆସିଥିଲେ। କିନ୍ତୁ ପୁଣି ସାବିର ଲଗାତାର ବିଲକିସଙ୍କ ସହିତ ମିଳାମିଶା କରୁଥିଲା। ଏହା ଜାଣି ଦିଲଶାଦ ବାରମ୍ବାର ବିରୋଧ କରୁଥିଲା। ସାବିର ସହିତ ସମ୍ପର୍କ ରଖିଥିବା କାରଣରୁ ଦିଲଶାଦ ବିଲକିସକୁ ମାଡ଼ ମାରୁଥିଲେ। ଶେଷରେ ବିଲକିସ ଓ ସାବିର ସ୍ଵାମୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

Related Posts

About The Author

Add Comment