ସ୍ମିତାରାଣୀ ମୃତ୍ୟୁ ମାମଲା: ରାଜ୍ୟ ମହିଳା କମିଶନ କାର୍ଯ୍ୟଳୟ ଘେରାଉ ମହିଳା ସହିତ କମିଶନଙ୍କ ଇସ୍ତପା ଦାବି କଲା ବିଜେପି

Spread the love

ଭୁବନେଶ୍ୱର, ୨୮/୧୦ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟର ପକୃତ ରହସ୍ୟ ଉନ୍ତୋଚନ ହୋଇପାରିନାହିଁ । ପୋଲିସ ପକ୍ଷରୁ ତଦନ୍ତ କରି ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ମଧ୍ୟ ବିବାଦ ଥମିବାରେ ନାଁ ଧରୁନି । ବିଜେପି ପକ୍ଷରୁ ଯାଜପୁର ବନ୍ଦ କରାଯାଇଥିବା ପୁଣି ଯାଜପୁର ଏସପି ଚରଣ ସିଂହ ମିନାଙ୍କ ନାମରେ ଏତଲା ଦିଆଯାଇଥିଲା । କାଲି ଏହାର କ୍ରାଇମବଂଚ ତଦନ୍ତ ପାଇଁ ମହିଳା କମିଶନ ସୁପାରିଶ କରିବା ପରେ ଆଜି ମହିଳା କମିଶନର ଦୋଷ ଦେଇ ମହିଳା କମିଶନଙ୍କ ଇସ୍ତପା ଦାବି କରିଛି । ବିଜେପି ପକ୍ଷରୁ କୁହାଯାଇଛି ଏଭଳି ଏକ ସାମ୍ବାଧାନିକ ପଦବୀରେ ରହିବାର ଅଧିକାର ନାହିଁ । ନିଜର ଅଧିକାର ମର୍ଯ୍ୟଦା ଉଲଙ୍ଗନ କରିବା ସହିତ କିଛିବି ତଦନ୍ତ କରିନଥିବା ବିଜେପି ଅଭିଯୋଗ କରି ରାଜରାସ୍ତାକୁ ଓଲ୍ଲାଇଛି । ଆଜି ବିଜେପିର ଏକ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ମହିଳା କମିଶନ କାର୍ଯ୍ୟଳୟ ଘେରାଉ କରିବା ସହିତ ତଦନ୍ତ ରିପୋର୍ଟ ସାର୍ବଜାନିନ କରିବା ପାଇଁ ଦାବି କରିଛି ।

Report – Manas Rout

Related Posts

About The Author

Add Comment