ସ୍ବାସ୍ଥ୍ୟ ବିଭାଗର ଭୁଲ୍ ପାଇଁ ୨୦ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଗର୍ଭବତୀ

Spread the love

ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢୀଖମାରୀ ଗ୍ରାମରେ ଆକ୍ରାନ୍ତଙ୍କ ଚିକିତ୍ସା ପରେ ଛାଡ଼ିବାକୁ ନେଇ ଅପ୍ରୀତିକର  ପରିସ୍ଥିତି ସୃଷ୍ଟି ହୋଇଥିଲା  ଗାଁରେ ୨୦ ଘଣ୍ଟାରୁ ଉଦ୍ଧ ସମୟ ଉତ୍ତେଜନା ପ୍ରକାଶ ପାଇଥିଲା  ଗ୍ରାମବାସୀ ସୋମବାର ସନ୍ଧ୍ୟାରୁ ଆମ୍ବୁଲାନ୍ସକୁ ଅଟକ ରଖିଥିଲେ ପ୍ରଶାସନର ଅବହେଳାକୁ ବିରୋଧ କରିବା ସହ ଆକ୍ରାନ୍ତଙ୍କ ନେଗେଟିଭ ରିପୋର୍ଟ ମାଗିଥିଲେ । ପରେ ବାଙ୍ଗିରିପୋଷି ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ବିଫଳ ହୋଇଥିଲା ।

         ସୂଚନା ମୁତାବକ କିଛିଦିନ ତଳେ ବୁଢୀଖମାରୀ ଗାଁରେ ଜଣେ ଗର୍ଭବତୀ ମହିଳା ପଜିଟିଭ ବାହାରିଥିଲେ। ସମ୍ପୃକ୍ତ ମହିଳା ଘରୁ କୁଆଡେ ନଯାଇ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସଙ୍ଗେ ସଙ୍ଗେ ମହିଳାଙ୍କୁ କୋଭିଡ ଡାକ୍ତରଖାନା ନିଆଯାଇଥିଲା । ଚାରି ଦିନ ପରେ ପୁଣି ଅନ୍ୟ ଏକ ସ୍ଥାନୀୟ ଯୁବକ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଏହି ମହିଳା ଓ ଯୁବକ କଣ୍ଟାକୁ ଟ୍ରେସିଂ କରି ଗାଁର ବହୁଲୋକଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା । ପର ମୁହୁର୍ତରେ ୭୨ ଘଣ୍ଟା ପାଇଁ ବୁଢୀଖମାରୀ ପଞ୍ଚାୟତର ୪ ଓ ୫ ୱାର୍ଡକୁ ସରପଞ୍ଚ ଲକ୍ଷ୍ମଣ ମାଣ୍ଡୀ ସଟଡାଉନ ଘୋଷଣା କରିଥିଲେ। ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇଥିବା ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଆଣି ଗାଁରେ ପହଂଚିଥିଲା ଆମ୍ବୁଲାନ୍ସ ପହଂଚିଲା ମାତ୍ରେ କର୍ମଚାରୀଙ୍କୁ ଗ୍ରାମବାସୀ ଘେରିଯାଇଥିଲେ। ଧିରେ ଧିରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ମହିଳାଙ୍କୁ ଗାଡିରୁ ଓହ୍ଲାଇବା ପାଇଁ ଦେଇ ନଥିଲେ । ମହିଳାଙ୍କ ନେଗେଟିଭ ରିପୋର୍ଟ ଦେଖାଇବା ପାଇଁ ଦାବି କରିଥିଲେ ଲୋକେ । ଅନ୍ୟପକ୍ଷେ ଅନ୍ୟ ସଂକ୍ରମିତ ମାନଙ୍କୁ ଘରେ ରହିବାକୁ ଅନୁମତି ଦେଇଥିବା ବେଳେ ମହିଳାଙ୍କୁ କଣ ପାଇଁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା ବୋଲି ପ୍ରଶ୍ନ ପଚାରିଥିଲେ ଗ୍ରାମବାସୀ ଦୁଇ ଘଣ୍ଟାରୁ ଊଦ୍ଧ ସମୟ ଧରି ଆମ୍ବୁଲାନ୍ସକୁ ଗ୍ରାମବାସୀ ଅଟକ ରଖୁଥୁବା ବେଳେ ପୁଲିସ ଓ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ମାଣ୍ଡୀ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ବୁଝାଇବାରେ ବିଫଳ ହୋଇଥିଲା । ଏପରିକି ଘଟଣାସ୍ଥଳରେ ତହସିଲଦାର ଅଭିମନ୍ୟୁ ପଣ୍ଡା, ଝାରପୋଖରିଆ ଥାନା ଅଧିକାରୀ ସୁଦର୍ଶନ ଗାଙ୍ଗେଇ, ଅତିରିକ୍ତ ତହସିଲଦାର ସାହେବରାମ ବାସ୍କ ବ୍ଲକ ସହକାରୀ ଯନ୍ତ୍ରୀ ତଥା ନୋଡାଲ ଅଫିସର ଯୋଗେଶ୍ଵର ବେହେରା, ଏସଆଇ ଅନ୍ନପଣ୍ଡା ଦାସ  ପହଂଚି ଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରାଇବାରେ ବିଫଳ ହୋଇଥିଲେ। ତେବେ ଲକ୍ଷଣ ନଥାଇ ପଜିଟିଭ ବାହାରିବା ଏବଂ ସୁସ୍ଥ ହୋଇ ଘରକୁ ଫେରିବା ସଂକ୍ରମିତଙ୍କ ରିପୋର୍ଟ ନଦେବା କାରଣରୁ ଏହି ଘଟଣାର ସୂତ୍ରପାତ ହୋଇଥିବା ବେଳେ ଏଭଳି ନାନା ଅବହେଳାକୁ ଗ୍ରାମବାସୀ ବିରୋଧ କରିଥିଲେ । ରାତିରେ ସମାଧାନ ହୋଇ ପାରି ନଥିବାରୁ ରାତିତମାମ ଉପସ୍ଥିତ ଥିବା ଅଧିକାରୀଙ୍କୁ ଅଟକ ରଖିବା ସହ ଗଣଧାରଣାରେ ଗ୍ରାମବାସୀ ବସି ରହିଥିଲେ । ମଙ୍ଗଳବାର ସକାଳୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ଡିଏସପି ସବିତା ମାଝୀ ପହଂଚି ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ମଧ୍ୟ ବିଫଳ ହୋଇଥିଲେ। ସେହିପରି, ଆମ୍ବୁଲାନ୍ସରେ ବସିଥିବା ଗର୍ଭବତୀ ମହିଳା ବସି ରହି କଷ୍ଟ ଅନୁଭବ କରୁଥିଲେ। ଲୋକଙ୍କୁ ବୁଝାଇବାରେ ବିଭିନ୍ନ ସମାଜସେବୀ ଯାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗର ଡିଏମଆରସିଏଚ ବିଶ୍ୱରଂଜନ ରାଉତ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବେ ଗ୍ରାମରେ କୌଣସି । ସଂକ୍ରମିତ ହେଲେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ ଛାଡିବା ପାଇଁ ଏବଂ ନେବା ପାଇଁ  ଆସିବା ସହ ଘର ଲୋକଙ୍କୁ ମଧ୍ୟ ଅବଗତ କରିବେ ବୋଲି ପ୍ରକାଶ କରିଥିଲେ । ଗ୍ରାମକୁ ସାନିଟାଇଜ୍ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଗ୍ରାମବାସୀ ଅନ୍ୟ କିଛି ଦାବି ରଖୁଥିଲେ ତାହା ପ୍ରଶାସନ ପୂରଣ କରିବ ବୋଲି କହିବାରୁ ଗ୍ରାମବାସୀ ଧାରଣାରୁ ଉଠିବା ସହ ୨୦ ଘଣ୍ଟା ଅଟକ ଥିବା ଆମ୍ବୁଲାନ୍ସ ଏବଂ ଗର୍ଭବତୀ ମହିଳାଙ୍କୁ ଛାଡିଥିଲେ। ଜିଲ୍ଲା ପ୍ରଶାସନ ଓ ବାଙ୍ଗିରିପୋଷି ସ୍ବାସ୍ଥ୍ୟ ବିଭାଗର ଅବହେଳା ପାଇଁ ଆଜି ୨୦  ଘଣ୍ଟାରୁ ଊଦ୍ଧ ଜଣେ ଗର୍ଭବତୀ ମହିଳା କଷ୍ଟ ପାଇଥିବାରୁ ସବୁ ମହଲରେ ଏହାକୁ ନିନ୍ଦା କରାଯାଇଛି ।

Related Posts

About The Author

Add Comment