ସ୍ବାମୀ କହିଲେ, ‘ଗର୍ଭରେ ବଢୁଥିବା ପିଲା ମୋର ନୁହେଁ : ବିନା ବାହାଘରରେ ସିନ୍ଦୁର ପିନ୍ଧିଲେ ସ୍ତ୍ରୀ

Spread the love

ଭଦ୍ରକ,୩୦/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସ୍ତ୍ରୀଙ୍କୁ ଠକି ଦେଲା ସ୍ବାମୀ। ହାଇଦ୍ରାବାଦରେ କାମ କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ସଂସାର କରିବେ ବୋଲି ମନସୁ କରିଥିଲେ। ସେଥିପାଇଁ ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ଗାଁକୁ ଫେରିଲେ ପ୍ରେମିକା ଏବଂ ପ୍ରେମିକର ମନକୁ ମନ ମିଶିଲା । ବିନା ବାହାଘରରେ ସିନ୍ଦୂର ପିନ୍ଧିଲେ ସ୍ତ୍ରୀ । ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ କିନ୍ତୁ ସ୍ବାମୀ କହୁଛି ଏ ଗର୍ଭରେ ବଢୁଥିବା ପିଲା ମୋର ନୁହେଁ । ସେପଟେ ଶାଶୁ-ଶ୍ବଶୁରଙ୍କ ଅସହ୍ୟ ନିର୍ଯ୍ୟାତନା ଏବେ ପୀଡିତା ଥାନାର ଦ୍ଵାରସୁ ହୋଇଛନ୍ତି । କିଛି ଉପାୟ ନପାଇ ଥାନା ବାରଣ୍ଡାରେ କଇଁ କଇଁ ହୋଇ କାନ୍ଦୁଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପରେ ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ଘରକୁ ଫେରିଥିଲେ । କିଛିଦିନ ଭଲରେ ଭଲରେ ବିତିଗଲା କିନ୍ତୁ ଏବେ ଶ୍ବଶୁର ଘର ଲୋକଙ୍କ ନିର୍ଯ୍ୟାତନାର ଶିକାର ହେଉଛନ୍ତି ସ୍ତ୍ରୀ ।‌ ଆଉ ଘରେ ରହିବାକୁ ବାରଣ କରୁଛନ୍ତି । କେବଳ ଶ୍ବଶୁର ଘର ଲୋକେ ନୁହେଁ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କୁ ଗଞ୍ଜଣା ଦେଉଥିବା ସେ ଅଭିଯୋଗ କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳର ଯୁବତୀ ହାଇଦ୍ରାବାଦରେ କାମ କରନ୍ତି । ସେଠାରେ ଭଦ୍ରକ ଜିଲ୍ଲା ଧୂସୁରି ଥାନା ମଙ୍ଗଳାବାଙ୍କ ଗାଁର ଦୀପକ ଜେନାଙ୍କର ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଦୁହେଁ ବିବାହ କରିବା ପାଇଁ ହାଇଦ୍ରାବାଦରୁ ଓଡିଶା ଫେରିଲେ । ଦୀପକ ସ୍ତ୍ରୀଙ୍କୁ ନିଜ ଘରକୁ ନ ନେଇ ସମ୍ପର୍କୀୟଙ୍କ ଘରେ ରଖିଲେ। କିନ୍ତୁ ବିବାହ କରିଲେ ନାହିଁ । ସ୍ତ୍ରୀ ଜିଦ କରିବାରୁ ସିନ୍ଦୁର‌ ପିନ୍ଧାଇଲେ ଆଉ କହିଲେ ବିବାହର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ସ୍ତ୍ରୀ ଗର୍ଭବତୀ ଧାରଣ କଲେ ସେତେବେଳେ ସ୍ଵାମୀ ହୋଇଗଲେ ସାତପର, ଆଉ ଆରମ୍ଭ ହୋଇଗଲା ନିର୍ଯାତନା । ଏ ନେଇ ସଂପୃକ୍ତ ମହିଳା ଜଣଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Related Posts

About The Author

Add Comment