ସ୍ବର୍ଗଦ୍ବାରରେ ପୁଣି ଲାଗିଲା କଟକଣା, ଆସନ୍ତାକାଲିଠୁ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା

Spread the love
ପୁରୀ, ୨୫/୦୪.(ସନ୍ଧାନ ନ୍ୟୁଜ): ପୁରୀରେ ବଢୁଛି କରୋନା ସଂକ୍ରମଣ ଭୟ । ସ୍ବର୍ଗଦ୍ବାରରେ ପୁଣି ଶବସତ୍କାର ଉପରେ ଲାଗିଲା କଟକଣା । କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଜି ପୁରୀରୁ 180 ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ପ୍ରତିଦିନ ଅଧିକ ସଂଖ୍ୟକ ଲୋକ ପୁରୀ ଆସୁଛନ୍ତି । ଏହି କ୍ରମରେ ଆସନ୍ତାକାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହକୁ ବାରଣ କରାଯାଇଛି । ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ । ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ ।

Related Posts

About The Author

Add Comment