ସ୍ବର୍ଗତ ବୃନ୍ଦାବନ ରାଉତରାୟଙ୍କ ସ୍ମୃତି ଉଦ୍ଧେଶ୍ୟରେ କୋଟୁଆଁରେ ମିନି ମାରାଥନ ଓ କ୍ରୀଡା ପ୍ରତିଯୋଗିତା

Spread the love
କଟକ, ୦୪/୧୨/୨୦୨୧ (ସନ୍ଧାନ ନିଉଜ) – କଟକ ସଦରର ସର୍ବ ପୁରାତନ  ଆନ୍ତଗ୍ରାମ୍ୟ କ୍ରୀଡା ପରିଷଦ ପ୍ରତିବର୍ଷ ଭଳି ଏବର୍ଷ  କ୍ରୀଡା ପ୍ରତିଯୋଗିତା  ଚଳିତ ଡିସେମ୍ବର ମାସ ୨୫ ଓ ୨୬ ତାରିଖର ଦୁଇଦିନ ଧରି କଟକ ସଦର କୋଟୁଆଁ ଖେଳ ପଡ଼ିଆରେ ହେବାକୁ କ୍ରୀଡା ସଂସଦର ସଭାପତି ଲକ୍ଷ୍ମଣ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳାଙ୍କ ୩ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବାର୍ଷିକ ପ୍ରତିଯୋଗିତାର ଆକର୍ଷଣୀୟ ପ୍ରତିଯୋଗିତା ପରିଷଦର ପ୍ରତିଷ୍ଠାତା ସଭାପତି ତଥା ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ସ୍ବର୍ଗତ ବୃନ୍ଦାବନ ରାଉତରାୟଙ୍କ ସ୍ମୃତି ଉଦ୍ଧେଶ୍ୟରେ ଅନୁଷ୍ଠିତ ହୋଇଥିବା ମିନି ମାରାଥନ ୨୬ ତାରିଖରେ ଫକିରିପଡ଼ା କାଳୀମନ୍ଦିର ଠାରୁ କୋଟୁଆଁ ଖେଳପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସମୀର ଖୁଣ୍ଟିଆ ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ କୋଚ ରବୀନ୍ଦ୍ର ଭୋଇ ପତିତପାବନ ନାଥ,ବାପି ପୃଷ୍ଟି ଉପସ୍ଥିତ ଥିଲେ । ମିନି ମାରାଥନରେ ଭାଗ ନେବା ପାଇଁ ଇଛୁକ କ୍ରୀଡାବିତ୍ ୯୩୪୮୩୯୩୧୧୮ ନମ୍ୱରରେ ଯୋଗାଯୋଗ କରିବାକୁ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

Related Posts

About The Author

Add Comment