ବାରିପଦା ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା): ଆଦିବାସୀ ଅଧୁଷିତ ଜିଲ୍ଲା ମୟୂରଭଞ୍ଜରେ ବେଆଇନ୍ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଖନନ ଓ ଚୋରା ଚାଲାଣ ବିଭିନ୍ନ ସମୟରେ ଦୃଷ୍ଟି ଗୋଚର ହେଉଥିବା ବେଳେ ବାରମ୍ବାର ଚଢ଼ଉ, କୋରିମାନା ପରେବି ଥମିବାର ନାଁ ଧରୁନି । ଏମିତି ବେଆଇନ ଲଘୁ ଖଣିଜ ଚୋରା ଚାଲାଣ ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ଵାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରୀ ରହିଛି । ତେବେ ଏ ପରିପ୍ରେକ୍ଷୀରେ ବଡ଼ ସାହି ତହସିଲ ଅଧୀନ । ବୁଢ଼ାବଳଙ୍ଗ ନଦୀର ଶାଳୁଆ ଘାଟରୁ ବେଆଇନ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲାପାଳଙ୍କ ଚଢଉ କରାଯାଇଥିଲା। ତେବେ ଗତ ମାର୍ଚ୍ଚ ୩୧ ତାରିଖରୁ ବାଲିଖାଦାନର ଲିଜ୍ ସମୟସୀମା ସରି ଯାଇଛି । ତେବେ ଚୁକ୍ତିନାମା ସମୟସୀମା ବୃଦ୍ଧି ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ ବି ମଞ୍ଜୁରୀ ମିଳିପାରି ନାହିଁ । ଉକ୍ତ ବାଲିଖାଦାନରୁ ବେଆଇନ ବାଲି ଉତ୍ତୋଳନ ପୂର୍ବ ୩ଟି ସ୍ଥାନରେ ମହଜୁଦ ରଖାଯିବା ସାଙ୍ଗକୁ ବାରିପଦା ସହରକୁ ପ୍ରତ୍ୟେହ ଚୋରାଚାଲାଣ ହେଉଥିବା ସୂଚନା ପାଇ ସ୍କାର୍ଡ଼ ପକ୍ଷରୁ ଚଢ଼ାଉ ହୋଇଥିଲା । ମହଜୁଦ ବାଲି ଡ଼ିପ ନିକଟରେ ୨ଟି ଜେସିବି ମେସିନକୁ ଜବତ କରିବା ସହିତ ଲକ୍ଷାଧୁକ ଟଙ୍କା ଜୋରିମାନା ପାଇଁ ଧାର୍ଯ୍ୟ କରାଯାଇଛି । ତେବେ ଏ ବାବଦରେ ଅଧୂକ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଏପରି ଚଢଉ କରାଯାଉଥିଲେ ବି ଜିଲ୍ଲାରୁ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ ଥମିବାର ନାଁ ଧରୁନି ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିପରି ଠାକୁରମୁଣ୍ଡା ତହସିଲ ଅଞ୍ଚଳର ଚଝର ଠାରେ ବେଆଇନ୍ ଭାବେ ମହଜୁଦ କରି ରଖାଯାଇଥିବା ବାଲି ଡିପୋ ଉପରେ ତହସିଲ ପକ୍ଷରୁ ଚଢ଼ଉ କରି ଜୋରିମାନା ଆଦାୟ କରାଯାଇଛି । ବେଆଇନ୍ ଭାବେ ବିପୁଳ ପରି ମାଣର ବାଲି ଗଳି ତ ରଖାଯାଇଥିବା ଖବରପାଇ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁମ୍ନ ନାୟକ ଚଢ଼ଉ କରି ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ସେହିପରି ମହୁଲଡିହା ଠାରେ ମହୁଲଡିହା ଥାନା ଅଧୁକାରୀ ଶଶଧର ସେଠୀ ଚୋରାରେ ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଅଟକ ରଖି ଖବର ଦେବାପରେ ତହସିଲଦାର ଶ୍ରୀ ନାୟକ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଟ୍ରାକ୍ଟର ମାଲିକ ଠାରୁ ୮ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ଏହାର ଅଧିକ ତଦନ୍ତ କରାଯାଉଛି । ତେବେ ଏପରି ଘଟଣା ପରେ ଚୋରା ଚାଲାଣ କାରି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସ୍ବତନ୍ତ୍ର ସ୍କାର୍ଡ଼ର ଚଢ଼ଉ: ୨ ଜେସିବି ଜବତ
|
September 25, 2020 |


