ବାରିପଦା, ୧୧/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ବିଭାଗର ସତନ୍ତ୍ର ସଚିବ ତଥା ମୟୂରଭଞ୍ଜ ଜିଲ୍ଲା କୋଭିଚ୍ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପୃଷ୍ଟି ଜିଲ୍ଲା ଗସ୍ତରେ ଆସି କୋଭିଡ୍ କେୟାର କେନ୍ଦ୍ର, କୋଭିଡ୍ କେୟାର ହୋମ୍ ଓ କ୍ଲିନିକ୍, ସ୍ବାସ୍ଥ୍ୟସେବା, ଜୀବନଜୀବିକା ନିର୍ବାହ ସଂପର୍କିତ କାର୍ଯ୍ୟକ୍ରମର କ୍ଷେତ୍ର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ଦୁଇଦିନିଆ ଗସ୍ତ ଅବସରରେ ସତନ୍ତ୍ର ଶାସନ ସଚିବ ଗତକାଲି କପ୍ତିପଦା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ଷମ ହୋଇଥିବା ଜ୍ବର, କାଶ, ଥଣ୍ଡା ପାଇଁ ସତନ୍ତ୍ର ଫିଭର କ୍ଲିନିକ୍ ସ୍ବାସ୍ଥ୍ୟସେବାକୁ ଅନୁଧ୍ୟାନ କରିବା ସହିତ ସ୍ବାସ୍ଥ୍ୟ ଅଧିକାରୀ ଓ ପାରାମେଡିକାଲ୍ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ପେଡାଗଡିଠାରେ କାର୍ଯ୍ୟକ୍ଷମ କୋଭିଡ୍ କେୟାର ହୋମ୍ବର ସିଏମସି କମିଟିର ପରିଚାଳନା ସଦସ୍ୟ, ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଦୁଗ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଠୁଆବେଡା ଗ୍ରାମରେ ଏଜିଏଆରଇଜିଏସ୍ ଯୋଜନାରେ ହିତାଧିକାରୀଙ୍କ ଜୀବନଜୀବିକା ନିର୍ବାହରେ ଆର୍ଥିକ ମାନର ଉନ୍ନତି ପାଇଁ ଉଦ୍ୟାନ କୃଷି ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା କାଜୁ ଚାଷ, ଉଦଳା ବ୍ଲକର ଜୁଆଳିଆଠାରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ଼ କୃଷ୍ଣର କେନ୍ଦ୍ର ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ବାରିପଦାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଶ୍ରୀ ପୃଷ୍ଟି କୋଭିଚ୍ ପରିଚାଳନା ଓ ପ୍ରତିରୋଧ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆୟଭିତ୍ତକ, ଅର୍ଥନୈତିକ ଓ ଶ୍ରମନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ପିଡି ଡିଆର୍ଡିଏ ସ୍ୱାଧାଦେବ ସିଂ, ସିଡିଏମଓ ଡା.ରୁପଭାନୁ ମିଶ୍ର ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ (ରାଜସ୍) ବିବେକାନନ୍ଦ ସାହୁ, ଜିଲ୍ଲା ଜରୁରୀକାଳିନ ଅଧିକାରୀ ସୁଜୟ କୁମାର ପତି, ଉଦଳା ଉପଜିଲ୍ଲାପାଳ, ଏଡିଏମ, ପିଏ ଆଇଟିଡିଏ ତଥା ନୋଡାଲ ଅଫିସର ମା ଥେରାପି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଡିଆରସିଏସ୍, ବୟନଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।
ସ୍ବତନ୍ତ୍ର ସଚିବଙ୍କ ମୟୂରଭଞ୍ଜ ଗସ୍ତ
|
September 11, 2020 |