ଭଦ୍ରକ , ୧୨.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଶତ ପ୍ରତିଶତ ପୁନଃ ନିଯୁକ୍ତି ଦାବିରେ ଠିକା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଧାରଣାରେ ବସିଥିବା ଠିକା ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଫାର୍ମାସିଷ୍ଟ, ଲାବଟେକ୍ନିସିଆନ, ମଲ୍ଟି ପରପଜ ମେଲ ଓ ଫିମେଲ କର୍ମଚାରୀ ରହିଛନ୍ତି । ତେବେ କାରୋନା ମହାମାରୀ ସମୟରେ ୧୧୨ଟି ପଦବୀ ପାଇଁ ଫାର୍ମାସିଷ୍ଟ, ଲାବଟେକ୍ନିସିଆନ, ମଲ୍ଟି ପରପଜ ମେଲ ଓ ଫିମେଲ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ତେବେ ପରେ ସେମାନଙ୍କୁ ଛଟେଇ କରାଯିବାରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପୁନଃ ନିଯୁକ୍ତି ନେଇ ଆବେଦନ କରିଥିଲେ । ମାନ୍ୟବର କୋର୍ଟ ଏନେଇ ନିଜ ରାୟ ଦେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ୨୫ ଶତକଡା ନିଯୁକ୍ତି ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସମସ୍ତ ଠିକା କର୍ମଚାରୀ ଶତପ୍ରତିଶତ ପୁନଃ ନିଯୁକ୍ତି ଦାବି ନେଇ ଭଦ୍ରକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।