ସ୍ତ୍ରୀ ଉଠାଇଲେନି ଫୋନ; ନିଜ ଦେହରେ ନିଆଁ ଲଗାଇଲେ ସ୍ୱାମୀ

Spread the love

ବାଲେଶ୍ୱର,  ୪/୧/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଜଣେ ବ୍ୟକ୍ତିଙ୍କ ପତ୍ନୀ ଫୋନ ନ ଉଠାଇବାରୁ ସେ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, କୌଣସି କାରଣରୁ ଉକ୍ତ ବ୍ୟକ୍ତିଙ୍କର ନିଜ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଫଳରେ ତାଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ଶାଶୁ ଘର ଛାଡ଼ି ପଳାଇ ଯାଇଥିଲେ। ଆଜି ସେ ନିଜ ସ୍ତ୍ରୀଙ୍କୁ ଫୋନ କରିଥିଲେ। ମାତ୍ର ସେ ଫୋନ ନ ଉଠାଇବାରୁ ଘର କବାଟ ବନ୍ଦ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ଜୋରରେ ଚିତ୍କାର କରିବାରୁ ଗାଁ ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।

Related Posts

About The Author

Add Comment