କୋରାପୁଟ, ୨୦/୦୪/୨୨ (ସନ୍ଧାନ ନିଉଜ) ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଜରିମାନା । କୋରାପୁଟ ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି । ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଠ ନଥିବାରୁ ଏହି ଜରିମାନା ହୋଇଛି ।
ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ଠାରୁ ସ୍କୁଲ ବସ୍ ଚେକିଂ କରାଯାଇଛି । ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ୍ ଚାଲିବ । ବସର ଫିଟନେଓ, ପଲ୍ୟୁସନ, ଇନସୁରାନ୍ସ ଓ ପରିମିଟର ଯାଞ୍ଚ ହେବ । ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।