ଯାଜପୁର,(ସଂନ୍ଧାନ ନିଉଜ/ମାନସ ରାଉତ):-ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଅଶିଳ ଇଙ୍ଗିତ ଦେଉଥିବା ଅଭିଯୋଗରେ ନାବାଳିକା ପରିବାର ପକ୍ଷରୁ ବଡଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବଡଚଣା ଥାନା ଅନ୍ତର୍ଗତ ଜନୈକ ନାବାଳିକା ଛାତ୍ରୀ ନିକଟସ୍ଥ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଶକୁନ୍ତଳାପୁର ସ୍କୁଲର ଶିକ୍ଷକ ନୃସିଂହଚରଣ ସାହୁ କିଛି ଦିନହେବ ଏହି ଛାତ୍ରୀକୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ରାସ୍ତାଘାଟରେ ବିଭିନ୍ନ ଆଳରେ ନାନା ପ୍ରକାର ଅଶିଳ ଇଙ୍ଗିତ କରୁଥିଲେ ।
ଏହାକୁ ନେଇ ନାବାଳିକା ପରିବାର ଲୋକଙ୍କୁ କହିବା ପରେ ଅଭିଯୁକ୍ତଙ୍କ ପକ୍ଷରୁ ଆପୋଷ ସମାଧାନ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥିରେ ଛାତ୍ରୀଙ୍କ ପରିବାର ରାଜି ହୋଇନଥିଲେ । ବିଫଳ ହେବାରୁ ନାବାଳିକାର ବାପା ସୋମବାର ବଡଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଏକ ମାମଲା ୧୨୫/୧୮ରେ ମୋକଦ୍ଦମା ରୁଜୁକରି ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ ଜାରି ରଖିଛନ୍ତି । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଥିବା କଳକଙ୍କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।